ନୂଆଦିଲ୍ଲୀ,୧୯।୯ :ବଜେଟରେ ପିଲାଙ୍କ ପାଇଁ ବାତ୍ସଲ୍ୟ ଯୋଜନା’| ବଜେଟରେ ପିଲାଙ୍କ ପେନସନ୍ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିବା ନେଇ ଘୋଷଣା ହୋଇଥିଲା । ପିଲାଙ୍କ ନାଁରେ ନ୍ୟାସନାଲ୍ ପେନସନ୍ ସିଷ୍ଟମରେ ନିବେଶର ବିକଳ୍ପ ଦିଆଯାଇଥିଲା ଏବଂ ଏକ ନୂଆ ଯୋଜନାର ଘୋଷଣା ହୋଇଥିଲା । ଏହାକୁ ଏନପିଏସ୍ ବାତ୍ସଲ୍ୟ ସ୍କିମ୍ ନାଁ ଦିଆଯାଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ଯୋଜନା ଆରମ୍ଭ କରିଦେଇଛନ୍ତି । ଏହି ଯୋଜନା ଅନୁସାରେ ମାତା-ପିତା ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଫଣ୍ଡ୍ ଜମା କରିପାରିବେ ।ଏହି ଯୋଜନା ଅନୁସାରେ ବାର୍ଷିକ ଆଧାରରେ ୧୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିହେବ । ସର୍ବାଧିକର କୌଣସି ସୀମା ନାହିଁ । ଜମା ରାଶିରେ ଚକ୍ରବର୍ତ୍ତୀ ସୁଧ ମିଳିଥାଏ ଯାହା ଫଳରେ ପିଲାମାନେ ଭବିଷ୍ୟତରେ ଏକ ବଡ ରାଶି ପାଇପାରିବେ ।ପିଲାମାନଙ୍କ ପାଇଁ ତାଙ୍କ ଅଭିଭାବକ ପଇସା ଜମା କରିପାରିବେ । ପିଲାମାନେ ୧୮ ବର୍ଷର ହୋଇଗଲେ ସେମାନେ ଏହାକୁ ପରିଚାଳନା କରିପାରିବେ । ଆରମ୍ଭରୁ ନିବେଶ ହୋଇଥିବା ପଇସା ୩ ବର୍ଷ ପାଇଁ ଲକ୍ ଇନ୍ ପିରିୟଡ ପରେ ଆବଶ୍ୟକ ପଡିଲେ ଉଠାଣ କରିହେବ । ଏନପିଏସ୍ ବାତ୍ସଲ୍ୟ ଆକାଉଣ୍ଟ ପ୍ରମୁଖ ବ୍ୟାଙ୍କ, ଭାରତୀୟ ପୋଷ୍ଟ, ପେନସନ୍ ଫଣ୍ଡ ଆଦିରେ ଖୋଲିହେବ । ଏହାକୁ ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଖୋଲିପାରିବେ ଉପଭୋକ୍ତା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |