ଭଦ୍ରକ ,୧୯ା୯: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଗୁଡୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଆହତ ହୋଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍ଏସ୍ଏସ୍ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍ଏସ୍ଏସ୍ ୧୬୩ ଲାଗୁ ହୋଇଛି। ୧ କି.ମି ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । ଧୁସୁରୀ ଥାନା ବୟାଙ୍ଗଡିହ ପଞ୍ଚାୟତ ଗୋଡ଼ିପୋଖରୀରେ ପତକା ଉପଡ଼ାକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଥିଲା । ଯାହାକୁ ନେଇ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତ୍ୱର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି ।ମହମ୍ମଦଙ୍କ ଜୟନ୍ତୀରେ ବୟାଙ୍ଗଡିହ ଅରୁଣ ବଜାରରେ ୧୬ଟି ପତାକା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ରାସ୍ତା କଡ଼ରେ ଲଗାଇଥିଲେ। ତେବେ ଗତ କାଲି ରାତିରେ କୌଣସି ଦୁର୍ବୃତ୍ତ ଏହି ପତାକାକୁ ଉପାଡ଼ି ଫିଙ୍ଗିଦେଇଥିଲେ। ଯାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଅସନ୍ତୋଷ ପ୍ରକାଶ କରିବା ସହ ଧୁସୂରୀ ଥାନାରେ ଅଭିଯୋଗ କରିଥିଲେ । ଖବର ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ପରେ ଏହି ରାଗରେ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ୪ଜଣ ଦୋକାନୀଙ୍କୁ ଆକ୍ରଣ କରି ରକ୍ତାତ କରିଦେଇଥିଲେ ।ଏଥିରେ ଭଟସାହିର ସୁଶାନ୍ତ ବେହେରା ସିବିୟର ଗୁରୁତ୍ୱର ହୋଇ କଟକ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଲାଗୁକରାଜାଥିଲା । ଘଟଣାକୁ ଗୁରୁତ୍ୱ ନେଇ ପ୍ରଶାସନ ପକ୍ଷରୁ ଗୋଟାଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ଏହି ଘରଣାରେ କଟକଣା ଲାଗୁ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |