ଡାବୁଗାଁ ସାପ୍ତାହିକ ହାଟରେ ଆର ଆଇ ଅଫିସ ସାମନାରେ ବାଇକ୍ ଚୋରୀ

 ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୯ା୯ :-ଡାବୁଗାଁ ସାପ୍ତାହିକ ହାଟ ଦିନ ରେ ବାଇକ୍ ଚୋରୀ ବଡିବାରେ ଲାଗିଛି। ଆଜି ମଧ୍ୟ ଗୋଟିଏ ବାଇକ୍ ଚୋରୀ ହେଇଥିବା ଥାନା ରେ ଅନଲାଇନ ମାଧ୍ୟମ ରେ ଲିଖିତ ଅଭିଯୋଗ ହେଇଛି।ସୂଚନାଯୋଗ୍ୟ:-ଆଜି ସମୟ ପ୍ରାୟ ଦିନ ୧ ଘଣ୍ଟା ସମୟରେ ହୋଣ୍ଡା ସାଇନ ବାଇକ ନଂ – ଓଡି ୧୦ ଏଲ୍ ୯୬୪୦ କୁ ଡାବୁଗାଁ ଆରଆଇ ଅଫିସ ଆଗରେ ରଖି ସାପ୍ତାହିକ ହାଟରେ ଯାଇ ଜିଣିଷ ପତ୍ର କିଣାକିଣି କରି ଫେରିବା ସମୟରେ ଦେଖିଲା ତାହାର ବାଇକ ଆଉ ସେ ସ୍ଥାନ ରେ ନାହିଁ। ବହୁତ ଖୋଜାଖୋଜି କରିବା ପରେ ବାଇକ ର କୌଣସି ସନ୍ଧାନ ପାଇନଥିଲେ । ତେଣୁ ଏବିଷୟରେ ଡାବୁଗାଁ ଥାନାରେ ଅନ୍ ଲାଇନ୍ ମାଧ୍ୟମ ରେ ଏକ ଲିଖିତ ଅଭିଯୋଗ କରିଛନ୍ତିି। ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ । ପୋଲିସର ତଦନ୍ତ ଜାରି ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!