ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୧।୯-ଆଜି ଅପରାହ୍ନ 5 ଘଣ୍ଟା ସମୟରେ ଅନୁଷ୍ଠିତ ହେଲା ଗଣେଶ ଭସାଣି।ଗଣେଶ ଭସାଣିରେ ଦୁଲୁକିଲା ଡାବୁଗାଁ।ଜଗନ୍ନାଥ ମନ୍ଦିର ନିକଟ ଗଣେଶ ପୂଜା କମିଟି ଦ୍ଵାରା ଆୟୋଜିତ ବିରାଟକାୟ ଗଣେଶ ମେଢ଼କୁ ବିରାଟ ପଟୁଆରରେ ବିସର୍ଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ତାଳେ ତାଳେ କ୍ଳବର୍ ସଦସ୍ୟମାନଙ୍କ ସହିତ ଗ୍ରାମ ବାସୀ ଅତି ଆନନ୍ଦ ଉଲ୍ଲାସରେ ଝୁମିଥିଲେ। ବହୁ ଦୂର ଦୂରାନ୍ତରୁ ପୂଜା କମିଟି ଗୁଡିକ ଦାମିକିଆ ଡି ଜେ ସାଉଣ୍ଡ , ଆଦିବାସୀ ଲୋକ ନୃତ୍ୟ ଓ ଆଧୁନିକ ସଙ୍ଗୀତ ପରିବେଷଣରେ ଲୋକେ ମସଗୁଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ବ୍ୟବସ୍ଥା ପାଇଁ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |