ବାୟୁ ସେନା ମୁଖ୍ୟ ହେଲେ ଏୟାର ମାର୍ଶଲ ଅମରପ୍ରୀତ ସିଂ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର ଏୟାର ମାର୍ଶଲ ଅମରଙ୍କୁ  ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ । ବର୍ତ୍ତମାନ ସେ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସେପ୍ଟେମ୍ବର ୩୦ ତାରିଖଠାରୁ ସେ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଏୟାର ମାର୍ଶାଲ୍ ବିବେକ ରାମ ଚୌଧୁରୀ ବାୟୁସେନାର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସେପ୍ଟେମ୍ବର ୩୦ରେ ଅବସର ନେବେ । ଏହାପରେ ସେହିଦିନ ଅପରାହ୍ଣରେ ବାୟୁସେନା ମୁଖ୍ୟ ଭାବେ ଭାର ଗ୍ରହଣ କରିବେ ଅମର ପ୍ରିତ୍ । ୧୯୮୪ରେ ବାୟୁସେନାରେ ପାଦ ଥାପିଥିବା ଅମର ପ୍ରିତ୍ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୨୩ ଫେବୃୟାରୀରେ ସେ ଏହି ପଦ ଗ୍ରହଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!