ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୨୨।୯:-ଡାବୁଗାଁ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ନୁଆଁଖାଇ ଭେଟଘାଟ ଏଵଂ ସମୀକ୍ଷା ବୈଠକ ଅନୁଷ୍ଠିତ ହେଲା।ଆଜିର ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ କଂଗ୍ରେସର ବରିଷ୍ଟ ନେତା ଧରମ ସିଂ ଏଵଂ ଜି ସାଇରାଜୁ ।ଏହି କାର୍ଯ୍ୟକ୍ରମରେ ଗତ ଇଲେକ୍ସନରେ ଜିଲ୍ଲା କଂଗ୍ରସର ପରାଜୟର କରଣ ଉପରେ ସମୀକ୍ଷା କରାଗଲା ଏଵଂ ଆମର ପରମ୍ପରା ଅନୁସାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହେଲା।ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ନବରଙ୍ଗପୁର ଜିଲ୍ଲା ସଭାପତି ଭୁଜବୋଳ ମାଝୀ, ଡାବୁଗାଁ ବ୍ଲକ କଂଗ୍ରସ ସଭାପତି ଜି ସାଇ ରାଜୁ, ଉପସଭାପତି ପ୍ରକାଶ ପଣ୍ଡା, ବରିଷ୍ଟ କଂଗ୍ରେସ ନେତା ଧରମ ସିଂ, ଲିପିକା ମାଝୀ, ସନରାଜ ଗଣ୍ଡ, ବଂଶୀ ମାଝୀ, ଧର୍ମାନନ୍ଦ ନାୟକ, ବାବିଜେନା, ଖେମରାଜ ବାଘ ସମେତ ୧୦ ଗୋଟି ବ୍ଲକ ଏଵଂ ୨ଟି ମୁନ୍ସିପାଲଟିର ଏକ ହଜାରରୁ ଉର୍ଦ୍ଧ ସକ୍ରିୟ କଂଗ୍ରେସ କର୍ମି ଉପସ୍ଥିତି ଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହେଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |