ଝରଣା ପାଣିରେ ଭାସିଗଲେ ୬ ଡାକ୍ତରୀ ଛାତ୍ରଛାତ୍ରୀ

ମାଲକାନଗିରି ,୨୩।୯: ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳତରଙ୍ଗିନୀ ନାମକ ଝରଣାକୁ ୧୩ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ ।  ତେବେ ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ ପ୍ରଖର ସ୍ରୋତର ଜଳ ଆସିବାରୁ ୪ଜଣ ଝିଅ ଛାତ୍ରୀ ଓ ଜଣେ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା ଏବଂ ଅନ୍ୟ ୩ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ। ଉଦ୍ଧାର ହୋଇଥିବା ୨ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।ଗତକାଲି ସନ୍ଧ୍ୟାରେ ୧୩ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଝରଣା ନିକଟରେ ବସି ଗପସପ କରୁଥିଲେ। ଏହି ସମୟରେ ହଠାତ୍ ଝରଣା ପାଣି ମାଡ଼ି ଆସିଥିଲା। ୪ ଜଣ ଛାତ୍ରୀ ଓ ଜଣେ ଡାକ୍ତରୀ ଛାତ୍ର ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଜଣେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କୁ  ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ବହୁ ଖୋଜାଖୋଜି ପରେ ଅନ୍ୟ ୨ ଜଣ ଛାତ୍ରୀଙ୍କର ମୃତଦେହ ମିଳିଥିଲା। ହେଲେ ଏବେ ବି ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି। ରାତିରେ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଉଦ୍ଧାରକାରୀ ଦଳ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଏଲୁର ମେଡିକାଲ କଲଜେର ବୋଲି ଜଣାଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!