ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ

ଭୁବନେଶ୍ୱର,୨୩।୯: ନିଜ ନିଜ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବାକୁ ଆଉ ରାଜଧାନୀକୁ ଖର୍ଚ୍ଚାନ୍ତ ହୋଇ ଆସିବାକୁ ପଡିବନାହିଁ । ମୁଖ୍ୟମନ୍ତ୍ରୀ ଯିବେ ଲୋକଙ୍କ ପାଖକୁ । ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ କରିବେ ଜଣଶୁଣାଣି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି ।ରାଜ୍ୟ ସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀଦିନରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ | ମୁଖ୍ୟମନ୍ତ୍ରୀଙ୍କ ଇଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି |ଏହା ଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ | ୧ ହଜାରରୁ ଅଧିକ ଅଭିଯୋଗକାରୀ ଅଭିଯୋଗ ନେଇ ଅଭିଯୋଗ କରିଛନ୍ତି | ଦିବ୍ୟାଙ୍ଗ, ବୟସ୍କ ଏବଂ ବିଭିନ୍ନ ସମସ୍ୟାରେ ଜଡିତ ଥିବା ଅଭିଯୋଗକାରୀ ପଞ୍ଜିକୃତ କରିଛନ୍ତି | ବିଗତ ଦିନରେ ଅଧିକ ସଂଖ୍ୟାରେ ଲୋକ ଆସିଥିବାରୁ ସମାଧାନରେ ସମସ୍ୟା ହେଉଥିଲା | ସରଳୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ରଖାଯାଇଛି | ଦେଢ଼ ମାସ ବିଧାନସଭା ଥିବାରୁ କାର୍ଯ୍ୟକ୍ରମ ବନ୍ଦ ଥିଲା |ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଏବଂ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନରେ ବ୍ୟବସ୍ଥା ରହିଛି | ଜନସାଧାରଣ ଅଭିଯୋଗ ପତ୍ର ଦାଖଲ କରିବେ | ଗତକାଲି କେନ୍ଦୁଝର ଗସ୍ତ ବେଳେ ବି ଏଭଳି କହିଛନ୍ତି | ବିଗତ ଦିନର ସରକାର ଏବଂ ଏବେର ସରକାର ଭିତରେ ପାର୍ଥକ୍ୟ ହେଉଛି ଲୋକଙ୍କ ସରକାର ମୋହନ ମାଝୀଙ୍କ ସରକାର |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!