କଟକ,୨୪।୬:ଚଳନ୍ତା ଡାଲି ଟ୍ରକ୍ରେ ହଠାତ୍ ଲାଗିଗଲା ନିଆଁ। ପୋଡ଼ି ପାଉଶଁ ହୋଇଗଲା ୩୦ ଟନ୍ ଡାଲି। ସୌଭାଗ୍ୟ ବଶଃତ ଟ୍ରକ୍ ଡ୍ରାଇଭରର କିଛି ହୋଇନାହିଁ। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି। ନିଆଳି ଫୁଲନଖରା 60 ନଂ ରାଜ୍ୟରାଜପଥ ଆମଣାକୁଦ ଛକ ନିକଟରେ 14 ଚକିଆ ଡାଲି ଟ୍ରକ୍ ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଟ୍ରକ୍ ଟି ଛତିଶଗଡ଼ ରାୟପୁରରୁ କୋଣାର୍କ ଅଭିମୁଖେ ଯାଉଥିଲା । ରାତି ପ୍ରାୟ 3 ଟା ବେଳେ ଘଟିଛି ଘଟଣା । କୌଣସି କାରଣ ବଶତଃ ଚଳନ୍ତା ଗାଡ଼ିରୁ ଧୁଆଁ ବାହାରୁ ଥିବା ଡ୍ରାଇଭର ଦେଖିଥିଲେ ।କିନ୍ତୁ ତତକ୍ଷଣାତ୍ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛି । ଟ୍ରକ୍ ରେ ପ୍ରାୟ 30 ଟନ୍ ଡାଲି ଥିବାର ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |