ଭୁବନେଶ୍ୱର,୨୭ା୯:ସରକାରଙ୍କ ଏସମା ସତ୍ୱେ ୧୦ଦଫା ଦାବିରେ ଅଟଳ ନର୍ସିଂ କର୍ମଚାରୀ ସଂଘ। ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ ପାଇଁ ଚେତାବନୀ ଦିଆଯାଇଛି। ସରକାରଙ୍କ ଏସମା ସତ୍ୱେ ଆନ୍ଦୋଳନ କରିବା ସହ ଦୁଇ ଦିନ ହେବ ଜରୁରୀ ସେବାକୁ ବାଦ ଦେଇ ଓପିଡ଼ି ଏବଂ ୱାର୍ଡ ସେବାକୁ ସଂଘ ପକ୍ଷରୁ ବନ୍ଦ କରାଯାଇଛି। ତେବେ ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ କରିବାକୁ କୁହାଯାଇଥିବାରୁ ରୋଗୀ ସେବା ଗୁରୁତର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ରୋଗୀ ସେବାକୁ ଗୁରୁତ୍ୱ ଦେଇ ନର୍ସିଂ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ନିବେଦନ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |