କୁନ୍ଦୁରା,୨୭ା୯ : କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭାନୁମତୀ ଶୁକ୍ରବାର ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ।ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳ ମାଡି ବସିଲା ଭିଜିଲାନ୍ସ ଟିମ। କୋରାପୁଟ ଜ଼ିଲ୍ଲା କୁନ୍ଦୁରା ବ୍ଲକର କନିଷ୍ଠ ଯନ୍ତ୍ରୀ ଭାନୁମତି ଟୁଡୁ ଚାଷୀଙ୍କୁ ଗାଇଗୁହାଳ ଯୋଗାଇ ଦେବା ନିମନ୍ତେ ୫ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଚାଷୀ ଜଣକ ଭିଜିଲାନ୍ସ ଙ୍କ ପାଖରେ ଅଭିଯୋଗ କରିଥିଲା । ଆଜି ଟଙ୍କା ଦେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଏବେ କନିଷ୍ଠ ଯନ୍ତ୍ରୀଙ୍କୁ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ଠାରେ ପଚରା ଉଚରା ଜାରି ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |