ଅର୍ଥ ମନ୍ତ୍ରୀଙ୍କ ନାଁରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ,୨୮।୯:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। ଏଥିନିମନ୍ତେ ବାଙ୍ଗାଲୁରର ଏକ କୋର୍ଟ ଦେଇଛନ୍ତି ଆଦେଶ । ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଭାବେ ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ ।ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନାଧିକାର ସଂଘର୍ଷ ପରିଷଦ (ଜେଏସପି) ସହ-ଅଧ୍ୟକ୍ଷ ଆଦର୍ଶ ଆୟାର ବେଙ୍ଗାଲୁରୁର ସ୍ବତନ୍ତ୍ର ଲୋକ ପ୍ରତିନିଧୀ କୋର୍ଟରେ ଅଭିଯୋଗ କରିଥିଲେ ଏବଂ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଲୋଡିଥିଲେ।ଆବେଦନକାରୀ ତାଙ୍କ ଅଭିଯୋଗରେ କହିଛନ୍ତି, ନିର୍ବାଚନ ବଣ୍ଡ ମାଧ୍ୟମରେ ଧମକଚମକ ଦିଆଯାଉଛି। ଏହି ଆବେଦନ ଶୁଣାଣି କରି ବେଙ୍ଗାଲୁରୁର ତିଲକ ନଗର ପୋଲିସ ଷ୍ଟେଶନକୁ ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜନାଧିକାର ସଂଘର୍ଷ ପରିଷଦ ଏପ୍ରିଲ ୨୦୨୪ରେ ୪୨ତମ ଏସିଏମ କୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଇଡି ଅଧିକାରୀ, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, ଭାଜପା ଜାତୀୟ ନେତା, ତତ୍କାଳୀନ ଭାଜପା କର୍ନାଟକ ସଭାପତି ନଳୀନ କୁମାର କେଟେଲ, ବିଜୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଉପରେ ବିଚାର କରିବା ପରେ ବେଙ୍ଗାଲୁରୁର ତିଲକ ନଗର ପୋଲିସକୁ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ଅକ୍ଟୋବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ,

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!