ନୂଆଦିଲ୍ଲୀ,୨୯ା୯:ଛତିଶଗଡ ବିଜାପୁରରେ ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଟେରାମ୍ -ଗୁଡୁମ୍ ଗାଁ ନିକଟ ଜଙ୍ଗଲରେ ଏଭଳି ଅଘଟଣ ଘଟିଛି। ଚିନ୍ନଗେଲୁର କ୍ୟାମ୍ପଠାରୁ ୫୦୦ ମିଟର ଦୂରରେ ଯବାନ ମାନଙ୍କୁ ଟାର୍ଗେଟ୍ କରି କିଛି ମାଓବାଦୀ ଆଇଇଡି ଖଞ୍ଜିଥିଲେ। ବିସ୍ଫୋରଣ ଘଟି ୫ ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।ପୁଲିସ ଦ୍ବାରା ଜାରି ସୂଚନାନୁସାରେ ଆଜି ସକାଳ ଭୋର ସମୟରେ ଚିନ୍ନାଗେଲୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଏରିଆ ଡୋମିନେସନ ପାଇଁ ଯାଇଥିଲେ। ଅପରେସନ ଚାଲିଥିବା ବେଳେ ପୂର୍ବରୁ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଘଟିଥିଲା ।ନକ୍ସଲମାନଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ କେବଳ ପୁଲିସ କିମ୍ବା ସୁରକ୍ଷାବାହିନୀର ଯବାନଙ୍କୁ କ୍ଷତି ହେଉନାହିଁ ବଂର ସାଧାରଣ ଲୋକ ମଧ୍ୟ ଏହାର ଶିକାର ହେଉଛନ୍ତି। ପୁଲିସ ଅଧିକାରୀଙ୍କ ଦ୍ବାରା କୁହାଯାଉଛି ଯେ ଆହତ ଯବାନମାନଙ୍କୁ ପ୍ରାଥମିକ ଉପଚାର ପରେ ଉଚିତ ଚିକିତ୍ସା ନିମନ୍ତେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |