ବିବାଦୀୟ ପୋଷ୍ଟକୁ ନେଇ ଗଣ୍ଡଗୋଳ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ,୨୯ା୯: ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ଉକ୍ତ ଯୁବକ। ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଅପିଲ । ତେବେ ଭଦ୍ରକ ଜିଲ୍ଲାରେ ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ୪୮ ଘଣ୍ଟା ଧରି ଇଣ୍ଟରନେଟରେ କଟକଣା ରହିଛି । ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨୧ ସଦସ୍ୟ ବିଶିଷ୍ଟ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୃତୟନ ହୋଇଛନ୍ତି । ଧାମନଗର ଓ ଦୋବଲରେ ୬ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ ହୋଇଛନ୍ତି ।ଜିଲ୍ଲାରେ ଏବେବି ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଛି। ଆସନ୍ତା ୪୮ ଘଣ୍ଟା ଧରି ଇଣ୍ଟରନେଟ୍ କଟକଣା ଲାଗିଛି। ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି। ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। ତେବେ ଅଶାନ୍ତି କରିବା ସହ ପୁଲିସକୁ ଆକ୍ରମଣ କରିବା ଏବଂ ମାଜିଷ୍ଟ୍ରେଟଙ୍କ ଗାଡି ଭାଙ୍ଗିବା ଘଟଣାକୁ ନେଇ ୭ ଜଣଙ୍କୁ ଗିରଫ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!