ଭୁବନେଶ୍ୱର,୨୯।୯: ୪ ଦିନ ପରେ ଆନ୍ଦୋଳନରୁ ଓହରିଲେ ନର୍ସିଂ ସଂଘ। ଶନିବାର ରାତି ୧୧ଟା ୩୦ରେ ଆନ୍ଦୋଳନ ପ୍ରତ୍ୟାହାର କରି ରାଜ୍ୟର ସମସ୍ତ ନର୍ସ କାର୍ଯ୍ୟରେ ଯୋଗ ଦେଇଛନ୍ତି। ୪ ଦିନ ପରେ ନର୍ସିଂଷ୍ଟାଫଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି ।ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା ନର୍ସିଂ ସଂଘ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ନର୍ସିଂ ଅଫିସର ସଂଘର ସାଧାରଣ ସମ୍ପାଦକ ଅଶ୍ବିନୀ ଦାସ। ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି ।ସେମାନଙ୍କୁ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |