ଜାତିସଂଘରୁ ପାକିସ୍ତାନକୁ ଚରମବାଣୀ’ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ’

ନୂଆଦିଲ୍ଲୀ,୨୯ା୯:ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁନିଆରେ ବ୍ୟାପକ ପରିମାଣରେ ଘଟୁଥିବା ହିଂସା ବିଷୟରେ ଆମେ ଏହା ଭାବିପାରିବୁ ନାହିଁ ଯେ, ଏହା ପୂର୍ବ ନିର୍ଦ୍ଧାରିତ ହୋଇଛି। ଗାଜା ଯୁଦ୍ଧ ଦର୍ଶାଉଛି ଯେ, ଏହା ବିଶ୍ୱର ପ୍ରଣାଳୀ ଉପରେ ଏହାର ପ୍ରଭାବ ପକାଇଛି। ବୈଠକରେ ଅନ୍ୟ ଦେଶଗୁଡ଼ିକୁ ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧର ତୁରନ୍ତ ସମାଧାନ ଖୋଜିବା ପାଇଁ ସେ ଅନୁରୋଧ କରିଛନ୍ତି।ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ, ଗତକାଲି ଜୟଶଙ୍କର କହିଛନ୍ତି, ଏଠାରେ ଆମେ କିଛି ଅଜବ ବକ୍ତବ୍ୟ ଶୁଣିଲୁ। ତେବେ ମୁଁ ଭାରତର ସ୍ଥିତି ଅତି ସ୍ପଷ୍ଟ କରିଦେବାକୁ ଚାହୁଁଛି। ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ। ଏହା କେବେ ବି କ୍ଷମାର ଆଶା ରଖିପାରିବ ନାହିଁ। ବରଂ ଏଭଳି କାର୍ଯ୍ୟକଳାପର ନିଶ୍ଚିତ ରୂପେ ପରିଣତି ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।ଜୟଶଙ୍କର ଆହୁରି କହିଛନ୍ତି, ‘ଆମ ମଧ୍ୟରେ କେବଳ ଯେଉଁ ପ୍ରସଙ୍ଗର ସମାଧାନ ବାକି ଅଛି, ତାହା ହେଉଛି ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଦଖଲ ଭାରତର କିଛି ଅଂଶକୁ ଖାଲି କରିବା ଏବଂ ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନକୁ କଡ଼ା ଜବାବ ଦେବା । କିଛି ଦେଶ ପଛରେ ପଡ଼ିବା କ୍ଷେତ୍ରରେ ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ଆଉ କିଛି ଦେଶ ଜାଣିଶୁଣି ଏଭଳି ବାଟ ବାଛୁଛନ୍ତି, ଯାହାପାଇଁ ସେମାନଙ୍କୁ ବିନାଶକାରୀ ପରିଣାମ ଭୋଗିବାକୁ ପଡ଼ୁଛି। ପାକିସ୍ତାନ ଏହାର ଏକ ପ୍ରମୁଖ ଉଦାହରଣ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!