ଭୁବନେଶ୍ୱର,୩୦।୯: ରାଜ୍ୟ ସରକାର ଗତକାଲି ଆଇପିଏସ୍ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ୪୯ ଜଣ ଆଇପିଏସ୍ଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିବା ବେଳେ ୫ଜଣ ଓପିଏସ୍ଙ୍କୁ ଜିଲ୍ଲା ଦାୟିତ୍ୱ ମିଳିଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ଜେଲ୍ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ଗୃହବିଭାଗ ଓଏସ୍ଡିଏସ୍.ଏମ୍ ନରୱଣେଙ୍କୁ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପ୍ରକାଶନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏସ୍ସିଆରବି (ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ) ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କୁ ସିଆଇଡି କ୍ରାଇମ୍ବ୍ରାଞ୍ଚ ଏଡିଜି ଓ ଆର୍ମଡ୍ ପୁଲିସର ଏଡିଜି ଥିବା ଆର.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ପୁଲିସ ମୁଖ୍ୟାଳୟ ଏଡିଜି ରାଧା କିଷନ ଶର୍ମାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି ଆଧୁନିକୀକରଣ ରୂପେ ଅବସ୍ଥାପିତ କରାଯାଇଛି।ଟ୍ୱିନ୍ ସିଟିର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବିଜୁ ପଟ୍ଟନାୟକ ପୁଲିସ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସ୍ପି ଭାବେ ବଦଳି କରାଯାଇଛି। ଦ୍ୱୈତ ନଗରୀର ନୂଆ ପୁଲିସ କମିସନର ରୂପେ ଏଡିଜି ଅପରେସନ ସୁରେଶ ଦେବଦତ୍ତ ସିଂଙ୍କୁ ଓ ଭୁବନେଶ୍ୱର ନୂଆ ଡିସିପି ଭାବେ ପୁରୀ ଏସ୍ପି ପିନାକ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଏସ୍ସିଆରବି ଏବଂ ଏସ୍ଏଫ୍ଏସ୍ଏଲ୍( ଷ୍ଟେଟ ଫୋରେନସିକ ଲାବୋରାଟୋରୀ) ନିର୍ଦ୍ଦେଶକ, କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ରେଲୱେ ଏବଂ ଉପକୂଳ ସୁରକ୍ଷା ଏଡିଜି ରୂପେ ବଦଳି କରାଯାଇଛି। ଅନୁରୂପ ଭାବରେ ପୁଲିସ ଆଧୁନିକୀକରଣ ଏଡିଜିପି ଭାବେ କାର୍ଯ୍ୟ କରୁଥିବା ଦୟାଲ ଗଙ୍ଗୱାଲଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ରେଲୱେ ଓ ଉପକୂଳ ଏଡିଜି ଥିବା ରାଜେଶ କୁମାରଙ୍କୁ ସ୍ପେଶାଲ ଆର୍ମଡ୍ ପୁଲିସର ଏଡିଜି ଭାବେ ବଦଳି କରାଯାଇଛି। ସେହିପରି ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଆଇଜି ଥିବା ଏସ୍ ସାଇନୀଙ୍କୁ ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁ ଆଇଜି ଏବଂ କେନ୍ଦ୍ରାଞ୍ଚଳ ଆଇଜି ସଞ୍ଜୟ କୁମାର କୌଶାଲଙ୍କୁୁ ଭିଜିଲାନ୍ସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି।ପୂର୍ବାଞ୍ଚଳ ଆଇଜି ଦୀପକ କୁମାରଙ୍କୁ ଅଗ୍ନିଶମ ଏବଂ ହୋମ୍ଗାର୍ଡ ଆଇଜି ଭାବେ ବଦଳି କରାଯାଇଥିବା ବେଳେ ଇଓଡବ୍ଲ୍ୟୁ ଓ ଏସ୍ଟିଏଫ ଆଇଜି ଜୟ ନାରାୟଣ ପଙ୍କଜଙ୍କୁ ଆଇଜି ଅପରେସନ୍ ଭାବେ ନୂଆ ଦାୟିତ୍ୱ ମିଳିଛି। ଗୁଇନ୍ଦା ଆଇଜି ଅନୁପ ସାହୁଙ୍କୁ ବିଜୁ ପଟ୍ଟନାୟକ ପୁଲିସ ତାଲିମ ପ୍ରତିଷ୍ଠାନ ଆଇଜି ଭାବେ ବଦଳି କରାଯାଇଛି। ଖୋର୍ଦ୍ଧା ଏସ୍ପି ଅଭିନାଶ କୁମାରଙ୍କୁ ସ୍ପେଶାଲ ଆର୍ମଡ୍ ଫୋର୍ସର ଡିଆଇଜି , ବ୍ରହ୍ମପୁର ଏସ୍ପି ସାର୍ଥକ ଷଡଙ୍ଗୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ରୂପେ ଅବସ୍ଥାପିତ କରାଯାଇଛି। ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖରଙ୍କୁ କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଜି ଭାବେ ବଦଳି କରାଯାଇଛି। ଅନୁଗୁଳ ଏସ୍ପି ଉମାଶଙ୍କର ଦାଶଙ୍କୁ ଦ୍ୱୈତନଗରୀ ଅତିରିକ୍ତ ପୁଲିସ କମିସନର, କଟକ ଡିସିପି ପ୍ରକାଶ ଆରଙ୍କୁ ଡିଆଇଜି କ୍ରାଇମ୍ବ୍ରାଞ୍ଚ ରୂପେ ଅବସ୍ଥାପିତ କରାଯାଇଛି। ଏଚ୍ଆରପିସିରେ ଥିବା ସତ୍ୟଜିତ୍ ନାୟକଙ୍କୁ ପୂର୍ବାଞ୍ଚଳ ଡିଆଇଜି, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ଅପରେସନ ଭାବେ ଅବସ୍ଥାପିତ କରାଯାଇଛି। ରାଉରକେଲା ଏସ୍ପି ବ୍ରିଜେଶ କୁମାର ରାୟଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି, ଦକ୍ଷିଣ-ପୂର୍ବାଞ୍ଚଳ ଡିଆଇଜି ଚରଣ ସିଂ ମିନାଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି, ଡେପୁଟେସନରୁ ଫେରିଥିବା ପାରୁଲ ଗୁପ୍ତାଙ୍କୁ କମ୍ପୁଟର ଡିଆଇଜି ଭାବେ ବଦଳି କରାଯାଇଛି।ଢେଙ୍କାନାଳ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ଭଦ୍ରକ ଏସ୍ପି , ଦେଓଗଡ଼ ଏସ୍ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍ପି, ଜଗତସିଂହପୁର ଏସ୍ପି ରାହୁଲ ପିଆରଙ୍କୁ ଭିଜିଲାନ୍ସ ଏସ୍ପି, ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। କଟକ ଏସ୍ପି ଏଲ୍ ଦିବ୍ୟା ଭିଜିଲାନ୍ସ ଏସ୍ପି, ନୟାଗଡ଼ ଏସ୍ପି ରାହୁଲ ଜୈନଙ୍କୁ ଅନୁଗୋଳ ଏସ୍ପି, ଭିଜିଲାନ୍ସ ଏସ୍ପି ଡାକ୍ତର ଏସ୍. ବିବେକ ଏମ୍ଙ୍କୁ ବ୍ରହ୍ମପୁର ଏସ୍ପି, ଭଦ୍ରକ ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସ୍ପି, ଯାଜପୁର ଏସ୍ପି ଭିନୀତ ଅଗ୍ରୱାଲଙ୍କୁ ପୁରୀ ଏସ୍ପି, ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ଏସ୍ପି ଏସ୍ ସୁଶ୍ରୀଙ୍କୁ ନୟାଗଡ଼ ଏସ୍ପି, ଗଜପତି ଏସ୍ପି ସ୍ୱାତୀ ଏସ୍ କୁମାରଙ୍କୁ ରାୟଗଡ଼ା, ମାଲକାନଗିରି ଏସ୍ପି ଥିବଳ ନୀତେଶ ୱାଧାନିଙ୍କୁ ରାଉରକେଲାକୁ ବଦଳି କରାଯାଇଛି। ବୌଦ୍ଧ ଏସ୍ପି ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସ୍ପି, ପୁଲିସ ମୁଖ୍ୟାଳୟରେ ଏଆଇଜି ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍ପି, କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଞ୍ଜାମ ଏସ୍ପି, ନବରଙ୍ଗପୁର ଏସ୍ପି ରୋହିତ ବର୍ମାଙ୍କୁ କୋରାପୁଟ, ସୋନପୁର ଏସ୍ପି ଯଶପ୍ରତାପ ଶ୍ରୀମଲଙ୍କୁ ଯାଜପୁର ଏସ୍ପି ରୂପେ ଅବସ୍ଥାପିତ କରାଯାଇଛି। କୋରାପୁଟ ଏସ୍ପି ଥିବା ଅବିନବ ସୋନକରଙ୍କୁ ଢେଙ୍କାନାଳ ଏସ୍ପି, ରାୟଗଡ଼ା ଏସ୍ପି ହରିଶ ବି.ସିଙ୍କୁ କନ୍ଧମାଳ ଏସ୍ପି ରୂପେ ଅବସ୍ଥାପିତ କରାଯାଇଛି। ଭୁବନେଶ୍ୱର-କଟକ ପୁଲିସ କମିଶନରେଟରେ ଅତିରିକ୍ତ ଡିସିପି ଥିବା ଓପିଏସ୍ ଅଫିସର ଅନୀଲ କୁମାର ମିଶ୍ରଙ୍କୁ ଦେବଗଡ଼ ଏସ୍ପି, ଓପିଏସ୍ ରାମ ପ୍ରସାଦ ସାହୁଙ୍କୁ ସୋନପୁର ଏସ୍ପି, ଢେଙ୍କାନାଳ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସ୍ପି ଭବାନୀ ଶଙ୍କର ଉଦଗାତାଙ୍କୁ ଜଗତସିଂହପୁର ଏସ୍ପି, ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସ୍ପି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ପ୍ରଶାସକ (ସୁରକ୍ଷା) ଥିବା ଓପିଏସ୍ ଅଫିସର ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଗଜପତି ଜିଲ୍ଲା ଏସ୍ପି ଭାବେ ବଦଳି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |