ଆଜିଠୁ ଆକାଶରେ ଦେଖାଯିବ ‘କ୍ଷୁଦ୍ର ଚନ୍ଦ୍ର’

ନୂଆଦିଲ୍ଲୀ,୩୦।୯:  ଆଜିଠୁ ଆକାଶରେ ଦେଖାଯିବ ‘କ୍ଷୁଦ୍ର ଚନ୍ଦ୍ର’। ଏହାକୁ ‘୨୦୨୪ ପିଟି୫’ ନାମରେ ନାମିତ କରାଯାଇଛି। ୧୦ ମିଟର ବ୍ୟାସ ବିଶିଷ୍ଟ ଏହି କ୍ଷୁଦ୍ର ଚନ୍ଦ୍ର ୫୩ ଦିନ ପର୍ଯ୍ୟନ୍ତ ପୃଥିବୀକୁ ପ୍ରଦକ୍ଷିଣ କରିବା ପରେ ସୌରମଣ୍ଡଳକୁ ଫେରିଯିବ ବୋଲି କୁହାଯାଇଛି। ଦୃଶ୍ୟମାନ ହେଉଥିବା ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ରର ଆକାରଠାରୁ ଏହି କ୍ଷୁଦ୍ର ଚନ୍ଦ୍ର ୩.୫ ଲକ୍ଷ ଗୁଣ କମ ବୋଲି ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ତେବେ ଖାଲି ଆଖିରେ କିମ୍ବା ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ଏହା ଦୃଶ୍ୟମାନ ହେବ ନାହିଁ। ସ୍ବତନ୍ତ୍ର ଟେଲିସ୍କୋପ୍‌ ସାହାଯ୍ୟରେ ହିଁ ଏହି କ୍ଷୁଦ୍ର ଚନ୍ଦ୍ରକୁ ଦେଖିହେବ। ଏହି ଟେଲିସ୍କୋପ୍‌ର ବ୍ୟାସ ଅତି କମରେ ୩୦ ଇଞ୍ଚ ହୋଇଥିବାବେଳେ ସେଥିରେ ସିସିଡି କିମ୍ବା ସିଏମଓଏସ ଡିଟେକ୍ଟର ଖଞ୍ଜା ଯାଇଥିବ। ଶନି ଗ୍ରହର ସର୍ବାଧିକ ୧୪୬ ଉପଗ୍ରହ ଥିବାବେଳେ ବୃହସ୍ପତିର ୯୫ ଉପଗ୍ରହ ରହିଛି। ଏହି କ୍ଷୁଦ୍ର ଚନ୍ଦ୍ରକୁ ଅନୁଧ୍ୟାନ କରୁଥିବା ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀ ସହ ଏହା ଧକ୍କା ହେବାର କୌଣସି ସମ୍ଭାବନା ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!