ଭୁବନେଶ୍ବର,୩୦।୯:ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ । ନିଲମ୍ବିତ ୫ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କଲେ । ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସଙ୍କ ଆବେଦନ । ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଏହି ଘଟଣାକୁ ନେଇ ବଡ଼ ଅପଡ଼େଟି ଆସିଛି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ୫ ନିଲମ୍ବିତ ପୁଲିସ । ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ ଏସଡିଜେଏମ୍ କୋର୍ଟ । ପଲିଗ୍ରାଫ ସହ ଆବଶ୍ୟକ ସ୍ଥଳେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ହେବ ହୋଇପାରେ ବୋଲି କ୍ରାଇମବ୍ରାଞ୍ଚ କହିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |