ନବରଙ୍ଗପୁର( ମିହିର ଶଙ୍କର ପାତ୍ର) , ୩୦।୯:- ଡାବୁଗାଁ ବ୍ଲକ ବରିପଦର ଠାରେ ଆଜି ନୂତନ ସକ୍ଷମ ଅଙ୍ଗନୱାଡି କେନ୍ଦ୍ର ଶୁଭ ଉଦଘାଟନ କଲେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର।ନାରୀ ଶକ୍ତିର ଗୁରୁତ୍ୱକୁ ସ୍ୱୀକାର କରିବା ସହିତ ସରକାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଯୋଜନାଗୁଡିକୁ ପୁନଃସଂସ୍କାରିତ କରିଛନ୍ତି । ସେହି ଅନୁସାରେ ମହିଳା ଏବଂ ଶିଶୁମାନଙ୍କୁ ସମନ୍ୱିତ ଲାଭ ପ୍ରଦାନ କରିବା ନିମନ୍ତେ ତିନିଟି ଯୋଜନା, ଯଥା ମିଶନ ବାତ୍ସଲ୍ୟ, ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦କୁ ନିକଟରେ ଆରମ୍ଭ କରାଯାଇଛି ।”ସକ୍ଷମ ଅଙ୍ଗନୱାଡି ନୂତନ ପିଢ଼ିର ଅଙ୍ଗନୱାଡି ଅଟେ, ଯାହା ଶିଶୁ ମାନଙ୍କର ପ୍ରାରମ୍ଭିକ ବିକାଶ ନିମନ୍ତେ ଉନ୍ନତ ଭିତିଭୂମି ସୁବିଧା ସୁଯୋଗ ପ୍ରଦାନ ଏବଂ ଶବ୍ଦ- ଦୃଶ୍ୟ ସହାୟତା ସାମଗ୍ରୀର ଉପଲବ୍ଧତା, ସ୍ୱଚ୍ଛ ଶକ୍ତିସମ୍ପନ୍ନ ତଥା ଉତମ ବାତାବରଣ ପ୍ରଦାନ କରିଥାଏ । କେନ୍ଦ୍ର ଅର୍ଥ ମନ୍ତ୍ରୀ ୨ ଲକ୍ଷ ଅଙ୍ଗନୱାଡିକୁ ସକ୍ଷମ ଅଙ୍ଗନୱାଡି ରୂପରେ ସମୁନ୍ନତ କରିବା ନିମନ୍ତେ ଘୋଷଣା କରିଥିଲେ।ଆଜି ଜିଲ୍ଲାପାଳ ଙ୍କ ସହ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ଏସପି ରୋହିତ ବର୍ମା, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଡ଼ିଏସଡବ୍ଲୁଓ ଦ୍ରୌପଦୀ କଂହାର, ସିଡିପିଓ ମିନତୀ ଦାସ, ବିଡ଼ିଓ ଶରତ ମାଝୀ, ତହସିଲଦାର ହରିଅମ ଭଇ, ଅଙ୍ଗନୱାଡି, ଆସ ଏଵଂ ଛଟଛଟ ଛୁଆ ମାନେ ଓ ଗ୍ରାମବାସୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |