ଭୁବନେଶ୍ୱର,୩୦।୯: ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂଆ ସରକାର ପିଲା ତଥା ଗର୍ଭବତୀଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି, ଯେଉଁ ଛତୁଆ ଯୋଗାଣ ହେଉଛି ତାର ମାନ ନିମ୍ନ ରହିଛି । ଏହା ଜଣାପଡିବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦବେଗ ପ୍ରକାଶ କରିଛନ୍ତି । ଏଥିନେଇ ଛତୁଆ ଯୋଗାଣରେ ସମ୍ପୃକ୍ତ ବିଭାଗରୁ ତାଗିଦ କରିଛନ୍ତି ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି । ପୃଷ୍ଟିକର ଛତୁଆ କେମିତି ତିଆରି ହେବ । ସେନେଇ ବିଭାଗ ଆଲୋଚନା କରୁଛି । ଖୁବଶୀଘ୍ର ଏଦିଗରେ କିପରି ପଦକ୍ଷେପ ନିଆଯିବ । ସେନେଇ ମଧ୍ୟ ଆଲୋଚନା ଚାଲିଛି । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି ପ୍ରଭାତୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |