ଭଦ୍ରକ,୩୦।୯ : ଭଦ୍ରକ ଜିଲ୍ଲା ଆରଡ଼ିପୀଠର ବାବା ଆଖଣ୍ଡଳମଣି ମନ୍ଦିର ସନ୍ନିକଟ ଜଣେ ସେବାୟତଙ୍କ ଘରୁ ମାଟି ତଳୁ ବିରଳ ମୂର୍ତ୍ତି ସହ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଓ ଅନ୍ୟ ଧାତୁର ସାମଗ୍ରୀ ଉଦ୍ଧାର ହୋଇଛି। ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ କିଛି ଦିନ ପୂର୍ବରୁ କିଛି ଅଲୌକିକ ଘଟଣା ଘଟିବାରୁ ସେ ବେଦାଚାର୍ଯ୍ୟ ଭୂତତ୍ତ୍ୱ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ସେବାୟତଙ୍କ ଘରେ ପୂଜାପାଠ, ହୋମଯଜ୍ଞ କରଯାଇଥିଲା। ଘର ଭିତରେ ୬ ଫୁଟ ଲମ୍ୱ ଓ ୬ ଫୁଟ ଓସାର ବିଶିଷ୍ଟ ୧୫ଫୁଟ ଗଭୀରର ଏକ ଗର୍ତ୍ତ ଖୋଳିବା ପରେ ଏକ ପିତ୍ତଳ ଗରା ଭର୍ତ୍ତି ବିଭିନ୍ନ ପ୍ରକାର ଧାତୁର ସାମଗ୍ରୀ, ସ୍ୱର୍ଣ୍ଣ ଅଳଙ୍କାର ସହ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ବୃଷଭ ଆଦି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |