ପୁଣେ,୩୦।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।ବିଧାନସଭା ନିର୍ବାଚନକୁ ଅଳ୍ପ କିଛି ମାସ ବାକି ଥିବାବେଳେ ଏପରି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗାଈକୁ ରାଜମାତା-ଗୋମାତାର ମାନ୍ୟତା ଦିଆଯାଇଥିବା ନେଇ ଘୋଷଣା କରାଯାଇଛି। ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ସ୍ବଦେଶୀ ଗାଈର ସ୍ଥିତି, ମାନବ ଖାଦ୍ୟରେ ସ୍ବଦେଶୀ ଗାଈ କ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ ଚାଷ ପ୍ରଣାଳୀରେ ଦେଶୀ ଗାଈ ଗୋବର ଏବଂ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ଉପକାରିତାକୁ ଧ୍ୟାନରେ ରଖି ସରକାର ବର୍ତ୍ତମାନଠାରୁ ଦେଶୀ ଗାଈ ମାନଙ୍କୁ ‘ରାଜ୍ୟମାତା ଗୋମାତା’ ଭାବରେ ଘୋଷଣା କରିବାକୁ ଅନୁମୋଦନ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |