ଭୁବନେଶ୍ୱର,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ପିଏମ ଜନମନ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି। ପିଏମ ଜନମନ ଯୋଜନାରେ ଉପକୃତ ହେବେ ଓଡିଶାବାସୀ । ବିଶେଷକରି ଆଦିବାସୀ ଅଞ୍ଚଳବାସୀଙ୍କ ମୁହଁରେ ଫୁଟିବ ହସ । 147 ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହା ଦେବଗଡ, ଗଜପତି, ମୋହନା, ରାୟଗଡା ଏବଂ ବାଲିଗୁଡା ଦେଇ ଯିବ । ଏହା ଦ୍ବାରା ମାଲକାନଗିରି, ଗୁଣପୁର ଏବଂ ସୁନ୍ଦରଗଡର ବିଭିନ୍ନ ଅଞ୍ଚଳ ଉପକୃତ ହେବ । ଏହାସହିତ ଆଦିବାସୀ ଅଞ୍ଚଳ ପାଇଁ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବା ନେଇ ସ୍ଥିର କରାଯାଇଛି ।ଅନ୍ୟପଟେ ସିମାନ୍ତ ଝାଡଖଣ୍ଡ ହଜାରିବାଗରୁ ଦେଶକୁ 83 ହଜାର 3 ଶହ କୋଟି ଭେଟି ଦେବେ । ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତ ରାଜ୍ୟର 549 ଜିଲ୍ଲା 2ହଜାର 740 ବ୍ଲକରେ ବସବାସ କରୁଥିବା 63 ହଜାର ଗ୍ରାମର 5 କୋଟି ଆଦିବାସୀଙ୍କ ବିକାଶ ପାଇଁ ଏହା କାର୍ଯ୍ୟ କରିବ । ଜନଜାତିଙ୍କୁ ଶିକ୍ଷା ଏବଂ ସ୍ହାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏବଂ ଜୀବନଶୈଳୀରେ ନୂଆ ସୂର୍ଯ୍ୟୋଦୟ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ 25ଟି ମନ୍ତ୍ରାଳୟ ମିଳିବ ଭାବେ କାର୍ଯ୍ୟ କରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |