ସମ୍ବଲପୁର,୧ା୧୦: ଆସନ୍ତାକାଲି ପବିତ୍ର ମହାଳୟା ଓ ମା ସମଲେଶ୍ଵରୀ ଙ୍କ ଧବଳମୁଖି ବେଶ ଦର୍ଶନ । ପବିତ୍ର ମହାଳୟା ପାଇଁ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଜାରି ହେଲା ଗାଇଡଲାଇନ। ଆସନ୍ତାକାଲି ପବିତ୍ର ମହାଳୟାରେ ସକାଳ ୫ଟା ପରେ ସାଧାରଣ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ଵରୀ। ସକାଳ ୫ଟା ରୁ ୧୧.୪୫ ଯାଏଁ ଚାଲିବ ସାଧାରଣ ଦର୍ଶନ। ୧୧ ଟା ୪୫ରୁ ୧୨ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ ଦର୍ଶନ। ଏହା ପରେ ପୁଣି ୧୨.୩୦ରୁ ସନ୍ଧ୍ୟା ୭.୪୫ ଯାଏଁ ଚାଲିବ ସାଧାରଣ ଦର୍ଶନ।ଏଥିପାଇଁ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତ ଙ୍କ ଶୃଙ୍ଖଲିତ ଦର୍ଶନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମା’ ଙ୍କ ଧବଳମୁଖି ବେଶ ଦର୍ଶନ ପାଇଁ ସକାଳ ୫ ଟା ପୁର୍ଵରୁ ନିତିକାନ୍ତି ପରେ ଭକ୍ତ ଦର୍ଶନ କରିପାରିବେ । ପରେ ୧୧ ଟା ୪୫ ରୁ ୧୨ ଟା ୩୦ ଯାଏ ମା ଙ୍କ ପାଖରେ ଅନ୍ନଭୋଗ ଲାଗିବା ନେଇ ଦର୍ଶନ ବନ୍ଦ ରହିବ । ସଂଧ୍ୟା ୭.୪୫ ରୁ ୮ ଟା ୩୦ ଯାଏ ସଂଧ୍ୟା ଆଳତି ପାଇ ଦର୍ଶନ ବନ୍ଦ ରହିବ । ତେବେ ରାତି ୧୦ ଟା ୩୦ ଯାଏ ଦର୍ଶନ ହେବ । ତେବେ ଭକ୍ତ ଦର୍ଶନ ପାଇ ୪ ନମ୍ବର ଗେଟରେ ପ୍ରବେଶ କରିବେ । ପୁରଣା ଗେଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଏହା ସହ ଟିକଟ କାଟି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ମଧ୍ୟ ରହିଛି । ଲମ୍ବା ସମୟ ଧରି ଛିଡା ହେଉଥିବାରୁ ଭକ୍ତପାଇ ସ୍ଵତନ୍ତ୍ର ବ୍ୟଵସ୍ଥା କରାଯାଇଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |