ଆଜି ପବିତ୍ର ମହାଳୟା ,ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ବଲପୁର,୨।୧୦: ଆଜି ପବିତ୍ର ମହାଳୟା। ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ ଭିଡ଼ ଜମିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ପିଣ୍ଡ ଦାନ କରି ପୂଜାପାଠ କରାଯାଉଛି |ମା’ ଜଗତଜନନୀଙ୍କ ଆଗମନ ହେବ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ଭିନ୍ନ ଭିନ୍ନ ବେଶରେ ଆରାଧନା କରାଯିବ।ପବିତ୍ର ମହାଳୟା ଅମାବାସ୍ୟାରେ ମା’ ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ । ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ।  ବର୍ଷର ଅନ୍ୟ ଦିନମାନଙ୍କରେ ମା’ ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି। କିନ୍ତୁ ମହାଳୟା ଦିନ ମା’ଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ ହୋଇଥାନ୍ତି।ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ସକାଳ ୫ଟାରୁ ଚାଲିଛି ଧବଳମୁଖୀ ବେଶ ଦର୍ଶନ। ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମା’ ଙ୍କର ଏହି ବେଶକୁ ଗଙ୍ଗା ବେଶ ବୋଲି କୁହାଯାଇଥାଏ ।ମା’ଙ୍କର ସେହି ଦୁର୍ଲଭ ବେଶ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ରିତି ନିତୀ ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଏହି ବେଶକୁ ଦେଖିବା ପାଇଁ ସମଲେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାରେ ମା’ଙ୍କୁ ଦର୍ଶନ କରିପାରିବେ, ସେନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୫ଟା ରୁ ୧୧.୪୫ ଯାଏଁ  ସାଧାରଣ ଦର୍ଶନ ଚାଲିବାକୁ ଥିବା ବେଳେ ୧୧ ଟା ୪୫ରୁ ୧୨ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ ଦର୍ଶନ।ଏହା ପରେ ପୁଣି ୧୨.୩୦ରୁ ସନ୍ଧ୍ୟା ୭.୪୫ ଯାଏଁ ଚାଲିବ ସାଧାରଣ ଦର୍ଶନ। ପୁଣି ସନ୍ଧ୍ୟା ୭.୪୫ ରୁ ରାତି ୮.୩୦ ଦର୍ଶନ ବନ୍ଦ ରହିବ। ଏହାପରେ ପୁଣି ରାତି ୧୦.୩୦ ଟା ଯାଏଁ ମାଙ୍କ ଧବଳମୁଖୀ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କେବଳ ୪ ନମ୍ବର ଗେଟ ଦେଇ ଦର୍ଶନ କରିପାରିବେ ଭକ୍ତ। ପୁରୁଣା ଗେଟ ସମ୍ପୂର୍ଣ ଭାବରେ ବନ୍ଦ ରହିବ। ମାଙ୍କ ଏହି ବେଶକୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!