ଅତି ଆବଶ୍ୟକ ନଥିଲେ ଇରାନ୍ ନ ଯିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୧୦:ଭାରତୀୟ ନାଗରିକଙ୍କୁ ଇରାନ ଯାତ୍ରାରୁ ଦୂରେଇ ରହିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପରାମର୍ଶ ଦେଇଛି।ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତି ଗଭୀର ଚିନ୍ତା ଦେଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଯୁଦ୍ଧ ପରେ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ତେହରାନ୍ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ । ଅତି ଆବଶ୍ୟକ ନଥିଲେ ଇରାନ୍ ଗସ୍ତରେ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇରାନରେ ରହୁଥିବା ଲୋକମାନେ ସତର୍କ ରହିବା ସହ ତେହେରାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ମନ୍ତ୍ରଣାଳୟ ଏକ ଟ୍ରାଭେଲ ଆଡଭାଇଜରି ଜାରି କରି ଅନୁରୋଧ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳରେ ସାମ୍ପ୍ରତିକ ନିରାପତ୍ତା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।ଇରାନ୍‌ରେ ଥିବା ଭାରତୀୟଙ୍କୁ ସଜାଗ ସହ ଘରୁ ନ ବାହାରିବାକୁ ପରାମର୍ଶ ଦିାଆଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ପୁରା ନଜର ରଖାଯାଇଛି । ସାଧାରଣ ନାଗରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୁଦ୍ଧ ବିରତି କରାଯାଉ ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସେହିପରି କୂଟନୀତି ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଛି ମନ୍ତ୍ରାଳୟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!