ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ନବରଙ୍ଗପୁର ଜିଲ୍ଲାରେ ଆରମ୍ବ ହେଲା 12 ଘଣ୍ଟିଆ ବନ୍ଦ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୪।୧୦: ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଥିଲା । ଆଜି ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲାରେ ଚକ ଅଖ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ଆମ ଜିଲ୍ଲାର ଯୁବତୀଯୁବକ ଶିକ୍ଷିତ ହୋଇ ଯୋଗ୍ୟତା ଥାଇ ମଧ୍ୟ ଜିଲାରେ ଗ୍ରୁପ୍‌ ସି ଏବଂ ଡି ଗ୍ରେଡ୍‌ର ଚାକିରି ପାଇପାରୁ ନାହାନ୍ତି, ବେକାର ହୋଇ ରହୁଛନ୍ତି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରେ ବେକାରି ସମସ୍ୟା ବଢୁଛି। ବିଗତ ଦିନରେ ନବରଙ୍ଗପୁର ଜିଲାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୮୬୦ ଗୋଟି ପଦବୀ ବାହାରିଥିଲା। ସେଥିରୁ ଜିଲାର ୧୩୪ ଜଣ ପ୍ରାର୍ଥୀ ହିଁ ନିଯୁକ୍ତି ପାଇଛନ୍ତି। ବଳକା ୭୨୬ ପିଲା ବାହାର ଜିଲାର। ତେଣୁ ନବରଙ୍ଗପୁର ଜିଲାବାସୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ବନ୍ଦ ପାଳନରେ ସାମିଲ ହେବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନ ଦେଇଥିଲା । ଦାବି ପୂରଣ ନ ହେଲେ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଡିଇଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଜିଲାରେ କଳାଦିବସ ପାଳନ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଡାବୁଗାଁ ଠାରେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲାପରିଷଦ ଅଧକ୍ଷ ମାତିରାମ ନାୟକ ସୂଚନା ଦେଲେ। ଆଜି ଏହି ବନ୍ଦ ସମୟରେ ଉପସ୍ଥିତି ଥିଲେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, କଂଗ୍ରେସ ବ୍ଲକ ସଭାପତି ସାଇ ରାଜୁ ସମେତ ଅନେକେ ଜନପ୍ରତିନିଧି ଏଵଂ ଶତାଧିକ ଶିକ୍ଷିତ ଯୁବକ ଯୁବତୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!