ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର,୬ା୧୦: ପବିତ୍ର କାର୍ତ୍ତିକ  ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ସୁରୁଖୁରୁରେ ସେମାନଙ୍କ ରହଣି ସହ ସୁବିଧାରେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଣୟନ କରାଯାଇଛି ହବିଷ୍ୟାଳି ଯୋଜନା । ଏହି ଯୋଜନା ନିମନ୍ତେ ଆଜିଠୁ ଆରମ୍ଭ ହେଉଛି ପଞ୍ଜିକରଣ।ଏଥର ଅଫ୍‌ଲାଇନ୍‌ ନୁହେଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ଏଥିପାଇଁ edistrict.odisha.gov.inରେ ଆବେଦନ କରିପାରିବେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।କାର୍ତ୍ତିକ ବ୍ରତ ଆରମ୍ଭ ପୂର୍ବ ଦିନଠାରୁ ଅକ୍ଟୋବର ୧୮ରୁ ହବିଷ୍ୟାଳି ବ୍ରତ ଆରମ୍ଭ କରିବେ। ଦୂରଦୂରାନ୍ତରୁ ଆସୁଥିବା ହବିଷ୍ୟାଳି ଏହି ଶିବିରରେ ରହିପାରିବେ |୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ବିଲଡିଂରେ ରଖାଯିବ । କାହାକୁ ବିନା ରେଜିଷ୍ଟ୍ରେସନରେ ରଖାଯିବ ନାହିଁ।ହବିଷ୍ୟାଳୀଙ୍କ ସୁସ୍ଥ ଓ ସୁରକ୍ଷିତ ରହଣି ବ୍ୟବସ୍ଥା, ସ୍ନାନ, ପ୍ରାତଃରୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, କୀର୍ତ୍ତନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!