ତହସିଲଦାରଙ୍କୁ ଦିଆଯିବ ୧ ମାସର ଅନଲାଇନ ତାଲିମ : ହାଇକୋର୍ଟଙ୍କ :

କେନ୍ଦ୍ରାପଡା ,୬ା୧୦:କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ହାତଲେଖା ପଟ୍ଟା ଥିବା ଜାଗାକୁ ଜବରଦଖଲ ଦର୍ଶାଇ ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ତରଫରୁ ଜବରଦଖଲ ଉଚ୍ଛେଦ ନେଇ ଜାରି କରାଯାଇଥିବା ନୋଟିସକୁ ଚାଲେଞ୍ଜ କରି ଖରିପାଳ ଗ୍ରାମର ମଣିନାଥ ସ୍ୱାଇଁ ହାଇକୋର୍ଟରେ ଡବ୍ଲି ପିସି-୨୪୪୭୩/୨୦୨୪ ଦାୟର କରିଥିଲେ ।ଏନେଇ ଜଷ୍ଟିସ୍ଡ କ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମଣିନାଥ ସ୍ୱାଇଁଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ୍ କେତେ ତାରିଖରେ ଜାରି କରାଯାଇଥିଲା ସେ ନେଇ କିଛି ଉଲ୍ଲେଖ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ଆଉ କେତେକ ମାମଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!