ବଦଳିବ ସରକାରୀ କୋଠାର ରଙ୍ଗ

ଭୁବନେଶ୍ୱର,୭।୧୦: ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ନୂତନ ସରକାର ଅନେକ ନୂଆ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସମସ୍ତ ନିଷ୍ପତ୍ତି ଅନୁଯାୟୀ ସମସ୍ତ ନୂତନ ସରକାରୀ କୋଠା ତଥା ପର୍ଯ୍ୟାୟକ୍ରମେ ମରାମତି / ନବୀକରଣ କାର୍ଯ୍ୟ ସମୟରେ ସରକାରୀ କୋଠାଗୁଡ଼ିକ ପାଇଁ ନୂତନ ରଙ୍ଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି । ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ସମାନ ହେବ । ଏନେଇ ରାଜ୍ୟ ସରକାରଙ୍କ ଏଆଇସି କମ୍ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବା ସହ କଲର କୋଡ୍ ମଧ୍ୟ ଜାରି କରାଯାଇଛି । ତେବେ ଏହି ୟୁନିଫର୍ମ କଲର କୋର୍ଡ ରାଜ୍ୟର ସମସ୍ତ ପୁରୁଣା ବିଲଡିଂ ଓ ନୂଆ ବିଲଡିଂ ପାଇଁ ଲାଗୁ ହେବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ସମସ୍ତ ସରକାରୀ କୋଠାର ରଙ୍ଗ କମଳା ଓ ନାଲି ବର୍ଡର ବିଶିଷ୍ଟ ହେବ । କୌଣସି ବିଲଡିଂ କାର୍ଯ୍ୟକ୍ଷମ ଥିଲେ କିମ୍ବା ମରାମତି, ନବୀକରଣ ସମୟରେ ରଙ୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!