ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ଓଏସଡି ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି

ଭୁବନେଶ୍ବର,୭।୧୦: ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଓ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି(ଓଏସଡି) ଚୟନ ଏବଂ ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ନିର୍ଦେଶାବଳୀ ଜାରି ହୋଇଛି।ନିର୍ଦେଶାବଳୀ ଅନୁଯାୟୀ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟା ଅଧିକାରୀ ହୋଇପାରିବେ ବ୍ୟକ୍ତିଗତ ସଚିବ। ଯୁଗ୍ମ ସଚିବ କିମ୍ବା ଉପ ସଚିବ ପାହ୍ୟା ଅଧିକାରୀ ହୋଇପାରିବେ ଓଏସଡି। ବ୍ୟକ୍ତିଗତ ସଚିବଙ୍କଠାରୁ ଗୋଟିଏ ରାଙ୍କ୍‌ କନିଷ୍ଠ ହୋଇଥିବା ଆବଶ୍ୟକ ଓଏସଡି। ଯଦି ଜଣେ ପୂର୍ବରୁ ବ୍ୟକ୍ତିଗତ ସଚିବ କିମ୍ବା ଓଏସଡି ଥିବେ ତେବେ ତାଙ୍କୁ ନୂଆ କରି ସେହି ପଦବୀଗୁଡ଼ିକରେ ନିଯୁକ୍ତି ଦେବାକୁ ହେଲେ ୫ ବର୍ଷ ବ୍ୟବଧାନ ରଖାଯିବା ଜରୁରୀ। ଅର୍ଥାତ୍ ଏହି ପଦବୀରେ ପୂର୍ବ ନିଯୁକ୍ତି ଓ ବର୍ତ୍ତମାନ ନିଯୁକ୍ତି ମଧ୍ୟରେ ୫ ବର୍ଷ ବ୍ୟବଧାନ ରହିବା ବାଧ୍ୟତାମୂଳକ।ଏଥିସହ ଯେଉଁ ଅଧିକାରୀମାନଙ୍କୁ ଏହି ପଦୀରେ ନିଯୁକ୍ତି ଦିଆଯିବ ସେମାନଙ୍କ ବିରୋଧରେ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଆବଶ୍ୟକ। ସେହିପରି ତାଙ୍କ ନାଁରେ କୌଣସି ପ୍ରକାର ଭିଜିଲାନ୍ସ କିମ୍ବା ଅପରାଧିକ ମାମଲା ନଥିବା ଆବଶ୍ୟକ। ସେହି ବ୍ୟକ୍ତିଙ୍କ ସିସିଆର/ପିଏଆରରେ କୌଣସି ପ୍ରକାର ପ୍ରତିକୂଳ ମନ୍ତବ୍ୟ ନଥିବ। ପ୍ରାର୍ଥୀ ନିଶ୍ଚିତ ଭାବରେ ସିସିଆର/ପିଏଆରର ଗତ ୬୦ ମାସ ମଧ୍ୟରେ ଅତି କମରେ ୩୬ ମାସ ପାଇଁ “ବହୁତ ଭଲ” କିମ୍ବା “ଉଲ୍ଲେଖନୀୟ” ରେଟିଂ ପାଇଥିବେ। ନିଯୁକ୍ତି ସମୟରେ ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!