ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୮।୧୦:- ଜିଲ୍ଲା ର ସମସ୍ତ ବ୍ଳକ ରେ ନୂତନ ନିଯୁକ୍ତି ପ୍ରାପ୍ତ କନିଷ୍ଠ ଶିକ୍ଷକ ଙ୍କୁ ଯୋଗଦାନ କରିବାକୁ ନଦେଇ ଗ୍ରାମବାସୀ ଫେରାଇ ଦେଉଥିବା ବେଳେ ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ନୂତନ ନିଯୁକ୍ତି ପ୍ରାପ୍ତ କନିଷ୍ଠ ଶିକ୍ଷକଙ୍କୁ ଅନୁରୂପ ଭାବେ ଯୋଗଦାନ କରିବାକୁ ନଦେଇ ଫେରାଇ ଦେଲେ ଗ୍ରାମବାସୀ । ପୂର୍ବରୁ ରାଜ୍ୟ ସରକାରଙ୍କ ରାଜ୍ୟ ସ୍ତରୀୟ ଚୟନ ପ୍ରକ୍ରିୟା କୁ ତୀବ୍ର ନିନ୍ଦା କରିବା ସହ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ଆନ୍ଦୋଳନ କରିବା ସହ ୪ ତାରିଖ ଦିନ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ କରାଯାଇଥିଲା | ଏହାପରେ ୫ ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ଠାରେ ନିଯୁକ୍ତି ମେଳା କରି ସାରା ରାଜ୍ୟରେ ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଳକକୁ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇଁ ଯାଇଥିବା ବେଳେ ଅନୁରୂପ ଭାବେ ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୋମବାର ନିଯୁକ୍ତି ପାଇଥିବା ବିଦ୍ୟାଳୟକୁ ଯୋଗଦାନ କରିବା ପାଇଁ ଯାଇଥିଲେ | ଆଜି ବ୍ଲକର ବିଭିନ୍ନ ଗ୍ରାମରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ନୂତନ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ଗ୍ରାମବାସୀ ମାନଙ୍କ ବିନା ଅନୁମତିରେ ଯୋଗଦାନ କରିବାକୁ ଦେବେ ନାହିଁ ବୋଲି ଏକ ଦାବିପତ୍ର ପ୍ରଦାନ କରିଥିଲେ | ପରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଗ୍ରାମବାସୀ ମାନେ ଧାରଣାରେ ବସିଥିଲେ | ଉକ୍ତ ବିଦ୍ୟାଳୟକୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେବାକୁ ଆସିଥିଲେ l କିନ୍ତୁ ବିଦ୍ୟାଳୟ ବାହାରୁ ସେମାନଙ୍କୁ ଗ୍ରାମବାସୀ ମାନେ ଅନ୍ୟ ଜିଲ୍ଲାର ପିଲାମାନଙ୍କୁ ଯୋଗଦାନ କରିବାକୁ ଦିଆଯିବନି ବୋଲି କହି ଫେରାଇ ଦେଇଥିଲେ | ଏହାପରେ ଉକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟକୁ ଆସି ବିଦ୍ୟାଳୟରେ ଯୋଗ ଦାନ କରିବାକୁ ଦେଇନଥିବା ଜଣାଇଥିଲେ | ସୋମବାର ସନ୍ଧ୍ୟା ୭ ଘ. ସମୟ ସୁଦ୍ଧା ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ମଧ୍ୟରୁ ୭ ଟି ବିଦ୍ୟାଳୟରେ ୭ ଜଣ ଯୋଗଦାନ କରିଥିବା ବେଳେ ୨୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ ନକରି ଫେରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ|ଳୟ ସୂତ୍ରରୁ ସୂଚନା ମିଳିଛି | ତେବେ ଶାନ୍ତି ଶୃଙ୍ଖଳାରେ ଯୋଗଦାନ କରାଇ ଦେଇ ନାହାନ୍ତି, ଦେଖିବାକୁ ବାକି ରହିଲା ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ କି ପଦକ୍ଷେପମାନ ନେଉଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |