କଟକରେ ଭୁଶୁଡ଼ିଲା ତୋରଣ

କଟକ,୧୮।୧୦  : କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ ଗେଟ୍‌ ତୋରଣ ଶୁକ୍ରବାର ଅପରାହ୍ନରେ ହଠାତ୍‌ ଭୁଶୁଡି ପଡିଛି। ତୋରଣ ତଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ରହିଛି। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ଘଟି ନାହିଁ।ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ତୋରଣଟି କିପରି ଭୁଶୁଡ଼ିଲା ତାର କାରଣ ଜଣାପଡ଼ିନାହିଁ। ତୋରଣରେ ନିର୍ମାଣ ବେଳେ କିଛି ତ୍ରୁଟି ଥିଲା କି ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ନିକଟରେ ରସୁଲଗଡ଼ ସ୍ଥିତ ଦୁର୍ଗା ପୂଜା ମଣ୍ଡପର ଲାଇଟ୍ ଗେଟ୍ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଭୁଶୁଡ଼ି ପଡ଼ିଥିଲା । କହିରଖୁଛୁ ଏହି ଲାଇଟ୍ ଗେଟର ଉଚ୍ଚତା ପ୍ରାୟ ୩୦ ଫୁଟ୍ ଥିଲା । ଏଥିରେ ଅନେକ ଡେକୋରେସନ୍ ସାମଗ୍ରୀ ନଷ୍ଟ ହୋଇଥିବାବେଳେ କୌଣସି ଜୀବନ  ହାନି ହୋଇନଥିଲା । ତେବେ ଖାନ୍‌ନଗରରେ ମା’ ଦୁର୍ଗାଙ୍କ ତୋରଣ ଭୁଶୁଡ଼ିପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!