ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି।ବେଙ୍ଗାଲୁରୁରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ସଂଘର୍ଷ ଜାରି ରହିଛି। ପ୍ରଥମ ଇନିଂସରେ ଦଳ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ପରେ ୨ୟ ଇନିଂସରେ ଭଲ ପ୍ରାରମ୍ଭ କରିଛି। ନ୍ୟୁଜିଲାଣ୍ଡର ୪୦୨ ରନ ଜବାବରେ ଘରୋଇ ଦଳ ୨ ଉଇକେଟ ବିନିମୟରେ ୧୮୦ ରନ୍ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛି। ବିରାଟ କୋହଲି ଏବଂ ସର୍ଫରାଜ ଖାନ ଦମଦାର ପ୍ରଦର୍ଶନ କରିଛନ୍ତି।ରେକର୍ଡ କଲେ ରନ୍ ମେସିନ୍ ବିରାଟ କୋହଲି। ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ହେଲେ ସାମିଲ୍ । ସେଥିରେ ୩୧ଟି ଅର୍ଦ୍ଧଶତକ,୨୯ଟି ଶତକ ଅର୍ନ୍ତଭୁକ୍ତ। ୧୯୭ ତମ ଇଂନିସରେ ୯ ହଜାର ରନ୍ ପୂରଣ କରିଛନ୍ତି ବିରାଟ ସ୍ଥାପନ କରିଛନ୍ତି ନୂଆ କୀର୍ତ୍ତିମାନ । ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ପୂର୍ବରୁ ବିରାଟ୯୦୦୦ ଟେଷ୍ଟ୍ ରନ୍ଠୁ ଆଉ ୫୩ ରନ୍ ଦୂରରେ ଥିଲେ,ବେଙ୍ଗାଲୁରୁରେଚାଲିଥିବା ଟେଷ୍ଟର ଦ୍ବିତୀୟ ଇଂନିସରେ କୋହଲି ୭୦ ରନ୍ କରିଥିଲେ।ଭାରତ ପ୍ରଥମ ଇଂନିସରେ ୪୬ରେ ଅଲଆଉଟ୍ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରିଥିଲା। ଦ୍ବିତୀୟ ଇଂନିସରେ ଭାରତ ୨ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା ଖବର ଶେଷ ସୁଦ୍ଧା।ଅଧିନାୟକ ରୋହିତ ଶର୍ମା ୫୨,ଯଶସ୍ବୀ ଜୟସ୍ବାଲ ୩୫,ବିରାଟ ୭୦ ରନ୍ କରି ପାଭିଲିୟକୁ ଫେରିଥିଲେ। ସର୍ଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ରହିଛନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ପଏଣ୍ଟ ଟେବୁଲ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଷଷ୍ଠ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |