ନୂଆଦିଲ୍ଲୀ, ୨୦।୧୦:ରାଜଧାନୀ ଦିଲ୍ଲୀରେ ହେଲା ଭୟଙ୍କର ବିସ୍ଫୋରଣ।ଦିଲ୍ଲୀର ରୋହିଣୀସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ସିଆରପିଏଫ ସ୍କୁଲର କାନ୍ଥରୁ ଏହି ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ବିସ୍ଫୋରଣ ପରେ ସେଠାରେ ଧୂଆଁ ଉଠୁଥିବା ମଧ୍ୟ ଦେଖାଯାଇଛି। ରବିବାର ସକାଳୁ ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆର୍ପିଏଫ୍ ସ୍କୁଲ କ୍ୟାମ୍ପସ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସେପଟେ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।ସୂଚନା ପାଇ ତୁରନ୍ତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଏଫ୍ଏସ୍ଏଲ୍ର ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧିଗ୍ଧ ମିଳିନାହିଁ। ଏଥିସହ ବିସ୍ଫୋରଣର କାରଣ ମଧ୍ୟ ଜଣାପଡି ନାହିଁ। ସୌଭାଗ୍ୟବଶତଃ ବିସ୍ଫୋରଣରେ କେହି ମୃତାହତ ମଧ୍ୟ ହୋଇ ନାହାନ୍ତି।ତେବେ ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଘରର କାଚ ଝରକା ଓ କବାଟ ଭାଙ୍ଗିଯାଇଛି। ଏଥିସହ ପାଖରେ ଥିବା କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |