ମାଲକାନଗିରି,୨୦ା୧୦:୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ । OPSC ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଥର ପାଇଁ କୃତକାର୍ଯ୍ୟ ହୋଇ ଅଞ୍ଚଳରେ ଇତିହାସ ରଚିଛନ୍ତି ବଣ୍ଡାଘାଟିର ବିନି ମୁଦୁଲି । ବିନିଙ୍କ ବାପା ଆଶ୍ରମ ବିଦ୍ୟାଳୟର ରୋଷେୟା । ମା ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରନ୍ତି ।ମାଲକାନଗିରି ବଣ୍ଡା ଘାଟିର ଝିଅ ହେଉଛନ୍ତି ବିନି ମୁଦୁଲି। ତାଙ୍କ ବାପା ରାମ ମୁଦୁଲି ମୁଦୁଲିପଡ଼ା ହାଇସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି। ଆଉ ତାଙ୍କ ମାଆ ସୁନାମଣୀ କିରସାନୀ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଛନ୍ତି। ବିନିଙ୍କ ପ୍ରାଥମିକ ଶିକ୍ଷା ମୁଦୁଲିପଡ଼ା ପ୍ରାଥମିକ ସ୍କୁଲ ହୋଇଥିଲା। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ନବୋଦୟ ପ୍ରବେଶିକା ପରୀକ୍ଷାରେ ପାସ କରିଥିଲେ। ସେ ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ତା’ପରେ ବିନି ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ନାଁ ଲେଖାଇଥିଲେ। ସେଠାରେ ସେ ବିଏ ପାସ୍ କରିଥିଲେ।ପିଲାବେଳୁ ଜଣେ ଅଫିସର ହେବା ପାଇଁ ଇଚ୍ଛା ରଖିଥିବା ବିନିଙ୍କ ପାଇଁ ଅର୍ଥ ସାଜିଥିଲା ବାଧକ । ସେଇଠି ପାଠପଢ଼ା ପରେ ଘରେ ରହି you tubeରୁ ଶିଖିଥିଲେ OPSC ପାଇବାର ଫର୍ମୁଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |