ମା’ କିଚକେଶ୍ୱରୀ ମନ୍ଦିରରେ ଚୋରି

ମୟୂରଭଞ୍ଜ,,୨୩।୧୦:ମା’ କିଚକେଶ୍ୱରୀ ମନ୍ଦିରରେ ଚୋରି|ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିରରେ ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ମନ୍ଦିର ଦାନ ହୁଣ୍ଡି ଭାଙ୍ଗିବା ସହିତ ଖିଚିଂ ସଂଗ୍ରହାଳୟରେ ତାଲା ଭାଙ୍ଗି ଆଲମୀରା ଭାଙ୍ଗି ଦେଇଛନ୍ତି । ତେବେ କ’ଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନି। ମା’ କିଚକେଶ୍ୱରୀ ମନ୍ଦିରରେ ଚୋରି ହେବାର ଏହା ପ୍ରଥମ ଘଟଣା।ମନ୍ଦିର ପ୍ରଶାସନ ପକ୍ଷରୁ ରରୁଆଁ ଥାନାରେ ଖବର ଦିଆଯିବା ପରେ ରରୁଆଁ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ମା’ କିଚକେଶ୍ୱରୀ ମନ୍ଦିରରେ ତିନି ତିନି ଥର ଚୋରି ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ମାତ୍ର ଗତ ରାତିରେ ସେମାନେ ଚୋରି କରି ପାର୍‌ ହୋଇଯାଇଛନ୍ତି । ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ବି ଏପର୍ଯ୍ୟନ୍ତ ପୁଲିସ କାହାରିକି ଗିରଫ କରି ପାରି ନାହିଁ । ଯାହା ଫଳରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!