ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ…

ପୁରୀ,,୨୩ା୧୦:ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ । ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପର୍ଯ୍ୟଟକ । ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାରୁ ପାଗ ପରିବର୍ତ୍ତନ ଯୋଗୁ ବିଦେଶୀ ପକ୍ଷୀ ଦିଗ ପରିବର୍ତ୍ତନ କରି ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଅନୁମାନ କରାଯାଉଛି । ଏହାରି ଭିତରେ ଶ୍ରୀମନ୍ଦିର ଉପରେ ଦେଖାଯାଇଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରୁଛି । ଶହଶହ ସଂଖ୍ୟାରେ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡୁଥିବା ଦେଖାଯାଇଛି । ତେବେ ସମସ୍ତ ଜାଣନ୍ତି ବିପଦ ଆସିଲେ ଶ୍ରୀମନ୍ଦିର ଉପରେ ପକ୍ଷୀ ଉଡନ୍ତି । ବର୍ତ୍ତମାନ ଏହି ଦୃଶ୍ୟକୁ ଦେଖି ଏହା କେଉଁ ପ୍ରକାର ସଙ୍କେତ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶୀତ ଆରମ୍ଭ ହେଉଥିବାରୁ ଏହି ସମୟରେ ବିଦେଶୀ ପକ୍ଷୀ ଚିଲିକା ଅଭିମୁଖେ ଯାଇଥାନ୍ତି । ତେବେ ସମୁଦ୍ର ଭିତରେ ପାଗ ପରିବର୍ତ୍ତନ ଯୋଗୁ ବୋଧହୁଏ ଏହି ପକ୍ଷୀ ଶ୍ରୀମନ୍ଦିର ଉପରକୁ ଚାଲିଆସିଥିବା ଅନୁମାନ କରାଯାଉଛି|ଅନ୍ଧକାର ରାତିର ଏହି ଦୃଶ୍ୟକୁ ନେଇ ଅନେକ ଚର୍ଚ୍ଚା ହେଉଛି । କେହି ବାତ୍ୟା ତାଣ୍ଡବ ରଚିବ ବୋଲି କହୁଥିବା ବେଳେ ଅନ୍ୟ କିଛି ଜଣ ପକ୍ଷାମାନେ ଆଗୁଆ ସତର୍କ କରାଇଛନ୍ତି ବୋଲି କହିଛନ୍ତି । ତେବେ କିଛି ସମୟ ଧରି ଶ୍ରୀମନ୍ଦିର ଉପରେ ପକ୍ଷୀମାନେ ଚକ୍କର କାଟୁଥିବା ବେଳେ ଭକ୍ତମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମଙ୍ଗଳବାର ରାତିରେ ମାଳମାଳ ହୋଇ ପକ୍ଷୀମାନେ ଉଡିବାକୁ ଲାଗିଲେ । ଚର୍ଚ୍ଚା ହେଉଛି ଯେ, କାଳିଆ ସାଆନ୍ତ ରାଜ୍ୟବାସୀଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ, ବିପଦ ଆସିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!