ଭୁବନେଶ୍ୱର,୨୩ା୧୦: ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ କୌଣସି ପର୍ଯ୍ୟଟକ ନଆସିବା ପାଇଁ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି। ବାତ୍ୟା ‘ଦାନା’ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଘୂର୍ଣ୍ଣିବାତ୍ୟା ‘ଦାନା’ । ସ୍ଥଳ ଭାଗ ଛୁଇଁଲା ସାଇକ୍ଲୋନର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ଏବେ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାଇକ୍ଲୋନ୍ ‘ଦାନା’ । ବାତ୍ୟାକୁ ଦୃଷ୍ଟିରେ ବନ୍ଦ ରହିବ ନନ୍ଦନକାନନ । ଆସନ୍ତାକାଲି ଓ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।ବାତ୍ୟା ସମୟରେ ଜୀବ ଯନ୍ତୁମାନଙ୍କୁ ଖୁଆଡ଼ରେ ଭର୍ତ୍ତି କରାଯିବ। ସେମାନଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ମହଜୁଦ୍ ରଖାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ। ଯଦି କୌଣସି ସ୍ଥାନରେ ପାଚେରୀ ଭାଙ୍ଗିଯାଏ, ତାହାହେଲେ ଶୀଘ୍ର ମରାମତି କରିବା ପାଇଁ ଟିମ୍ ଗଠନ କରାଯାଇଛି ବୋଲି ପିସିସିଏଫ୍ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |