ବାରିପଦା,୨୫।୧୦: ବାତ୍ୟାର ପ୍ରଭାବରେ ମୟୂରଭଂଜ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ମୟୂରଭଂଜ ଜିଲ୍ଲାରେ ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୭୮୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଯୋଗୁଁ କିଛି ସ୍ଥାନରେ ଲୋକେ ଘରୁ ବାହାରି ପାରି ନାହାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଛି। ଏବେ ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଅକ୍ଟୋବର ୨୬ରୁ ୨୮ ତାରିଖ ଯାଏଁ ଶିମିଳିପାଳ ବନ୍ଦ ରହିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |