ନୂଆଦିଲ୍ଲୀ,୨୬ା୧୦: ବଜାରରେ ଉପଲବ୍ଧ ଔଷଧ ଉତ୍ପାଦର ଗୁଣବତ୍ତାକୁ ନେଇ କେନ୍ଦ୍ରୀୟ ଔଷଧ ନିୟାମକ କର୍ତ୍ତୃପକ୍ଷଙ୍କ ଚିନ୍ତା ।କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛି ୪୯ଟି ମେଡିସିନ୍। କେବଳ ଭିଟାମିନ୍ D3 ନୁହେଁ କ୍ୟାଲସିୟମ ୫୦୦, କଫ୍ସିରପ, ମଲ୍ଟିଭିଟାମିନ୍, ଆଣ୍ଟି ଆଲର୍ଜି ସମେତ ୪୯ଟି ଔଷଧ କ୍ୱାଲିଟି ଟେଷ୍ଟରେ ବିଫଳ ହୋଇଛି। କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ଜାରି କରିଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି।ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି। ଏଥିସହିତ ପାରାସିଟାମୋଲ କ୍ରମାଗତ ଦ୍ୱିତୀୟ ମାସର କ୍ୱାଲିଟି ଟେଷ୍ଟରେ ମଧ୍ୟ ପାସ୍ କରିପାରି ନାହିଁ।ଲାଇଫ୍ ମ୍ୟାକ୍ସ କ୍ୟାନସର ଲାବୋରେଟୋରିଜ୍ ଦ୍ୱାରା ନିର୍ମିତ ବହୁଳ ଭାବେ ବ୍ୟବହୃତ କ୍ୟାଲସିୟମ ସପ୍ଲିମେଣ୍ଟ ଶେଲକାଲ ୫୦୦ (Shelcal 500) ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି।ମୋଟ ୪୯ଟି ଔଷଧ ନମୁନାକୁ ‘ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି’ ବୋଲି ବିବେଚନା କରାଯାଇଛି, ଯେଉଁଥିରେ ପାରାସିଟାମୋଲ୍, ଅକ୍ସିଟୋସିନ୍ ଏବଂ ଫ୍ଲୁକୋନାଜୋଲ୍ ଭଳି ବହୁଳ ବ୍ୟବହାର ଔଷଧ ରହିଛି। ସିଡିଆରଏର ଯାଞ୍ଚରେ ପାଖାପାଖି ୩ ହଜାର ନମୁନା ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରୁ ୧.୫% ଔଷଧ ନିମ୍ନମାନର ବୋଲି ଜଣାପଡିଛି।
ନକଲି ତାଲିକାଭୁକ୍ତ ହୋଇଥିବା ଔଷଧ ଗୁଡ଼ିକ ହେଉଛି –
୧. Tamsulosin and Dutasteride Tablets (UrimaxD)
୨. Calcium and Vitamin D3 Tablets I.P (SHELCAL 500)
୩. Pantoprazole Gastro-Resistant and Domperidone ProlongedRelease Capsules I.P. (PAN-D)
୪. Nandrolone Decanoate Injection IP 25mg/ml (DecaDurabolin 25 Inj.)
୫. Tamsulosin and Dutasteride Tablets (UrimaxD)
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |