ନୂଆଦିଲ୍ଲୀ,୨୮।୧୦:ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ସ୍ପେନ୍ ଏୟାରବେସର ସହଯୋଗରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟ ଉଦଘାଟିତ ହୋଇଛି। ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଆଜି ଏହି ଏୟାରକ୍ରାଫ୍ଟ ପ୍ଲାଣ୍ଟର ଉଦଘାଟନ କରିଛନ୍ତି। ଭଦୋଦରାରେ ଥିବା ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ C-295 ଯୁଦ୍ଧ ବିମାନ ନିର୍ମାଣ କରାଯବି। 2026 ସୁଦ୍ଧା ଏଠାରେ 40ଟି C-295 ବିମାନ ଉତ୍ପାଦନ କରାଯିବାକୁ ଲକ୍ଷା ରଖାଯାଇଛି। ଭାରତର ପ୍ରତିରକ୍ଷା କ୍ଷମତାକୁ ଦୃଢ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।ଆଜି ଭଦୋଦରାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି, “ବିମାନ ଉତ୍ପାଦନ କ୍ଷମତା ଭାରତ-ସ୍ପେନ ସମ୍ପର୍କକୁ ମଜବୁତ କରିବ। ଆଜିଠାରୁ ଆମେ ଭାରତ ଏବଂ ସ୍ପେନର ସହଭାଗିତାକୁ ଏକ ନୂତନ ଦିଗ ଦେଉଛୁ। C-295 ବିମାନର ଉତ୍ପାଦନ କାରଖାନା ଉଦଘାଟନ ହୋଇଛି। ଏହି କାରଖାନା ଭାରତ-ସ୍ପେନ୍ ସମ୍ପର୍କକୁ ମଜବୁତ କରିବା ସହ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ମିଶନକୁ ସହଯୋଗ କରିବ।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |