ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ୍

ଭୁବନେଶ୍ୱର,୨୮।୧୦: ରାଜଧାନୀ ଭୁବନେଶ୍ୱରରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛନ୍ତି। ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ବାଣ ଦୋକାନ ମଧ୍ୟରେ ଅତି କମ୍‌ରେ ୫ ଫୁଟ୍‌ ଦୂରତା ରହିବା ଆବଶ୍ୟକ। ବେଆଇନ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୁଲିସ ଚଢ଼ଉ କରୁଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୁଲିସ ଜବତ କରିଛି। ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି।ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ । 300 କିଲୋରୁ ଅଧିକ ବାଣ ସାମଗ୍ରୀ ରଖିପାରିବେନି ଦୋକାନୀ । ଦୋକାନମାନଙ୍କ ମଝିରେ ଅତିକମରେ 3 ମିଟର ଦୂରତା ରହିବ । ଦୋକାନ ଆଗରେ ଫାଙ୍କା ସ୍ଥାନ ରହିବ । ଗାଇଡ଼ଲାଇନ ଅନୁଯାୟୀ ବାଣ ଦୋକାନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗକୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସାର୍ଟିଫାଏଡ ବାଣ କିଣିବାକୁ ରାଜଧାନୀବାସୀଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ୱର ଡିସିପି । 25ଟି ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ସ୍ଥାନ ଚିହ୍ନଟ କରଯାଇଛି । 465 ଟି ଆବେଦନ କରାଯାଇଛି, 200 ଜଣଙ୍କୁ ଅନୁମତି ଦିଆଯାଇଛି । ସେପଟେ ଦୀପାବଳି ପୂର୍ବରୁ କମିସନରେଟ ପୋଲିସର ବ୍ୟାପକ ରେଡ୍ । ବାଲିପାଟଣା ଅଞ୍ଚଳରେ ପୋଲିସ ପକ୍ଷରୁ ରେଡ କରାଯାଇଥିଲା । ଗତକାଲି ଦୁଇଟି ମାମଲା 457/458 ରେ କେସ୍ ରୁଜୁ କରାଯାଇଛି । ବାଣ ତିଆରି କରିବା ସାମଗ୍ରୀ ଜବତ କରାଯାଇଛି । 150 କେଜିରୁ ଅଧିକ ଗନ୍ ପାଉଡ଼ର ଜବତ କରାଯାଇଛି । ଏହାସହ 50 କେଜି ଡ଼ଷ୍ଟ ପାଉଡ଼ର ଜବତ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଚନ୍ଦ୍ରଶେଖର ମଲିକ ଏବଂ ବିଶ୍ୱନାଥ ମଲିକ । ଜବତ ବାଣ ସାମଗ୍ରୀ ମୂଲ୍ୟ 30 ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!