ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୨୯।୧୦:ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ – କେଲିଆ ମୁଖ୍ୟ ରାସ୍ତାରେ ଚଚରାକନାରି ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ୨ ଗୁରୁତ୍ତର, ୧ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଝାଲିଆଗୁଡା ଗ୍ରାମର ଦେବଗଣ୍ଡ ମଙ୍ଗରୀ (୧୩), ସୁକାଲୁ ମଙ୍ଗରୀ (୧୮) ନିଜ ବାଇକ ନଂ ଓଡି ୨୪ ଡି ୨୧୦୭ ଯୋଗେ ବ୍ୟବସାୟ ସାରି ଡାବୁଗାଁ ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗରୁ ଏକ କାର ନଂ ସିଜି ୦୭ – ୧୭୩୯ ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ବାଇକରେ ଆସୁଥିବା ୨ ଜଣ ରାସ୍ତା କଡକୁ ଛିଟିକି ପଡି ଗୁରୁତ୍ୱର ହୋଇଥିଲେ | ଏହା ସହ କାରରେ ବସିଥିବ ଥିବା ଶିବରାତ୍ରି ଜାନୀ (୨୦) ଆହତ ହୋଇଥିବା ବେଳେ ସ୍ଵାମୀ ଦିବାନସିଂ ସାନ୍ତା ଓ ୩ ବର୍ଷର ଝିଅ ସିଦ୍ଧି ସାନ୍ତା ଅଳ୍ପକେ ବର୍ତ୍ତୀ ଯାଇଥିଲେ | ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି | ଖବର ପାଇ ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଘଟଣାସ୍ଥଳରେ ପହଞ୍ଛି ତଦନ୍ତ କରି ଦୁର୍ଘଟଣା ଗ୍ରସ୍ତ ୨ ଟି ଗାଡିକୁ ଜବତ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |