ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍‌ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ଯଦି ଯୋଗୀ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ତାଙ୍କୁ ବାବା ସିଦ୍ଦିକିଙ୍କ ପରି ହତ୍ୟା କରିବୁ ବୋଲି ସେଥିରେ ଧମକ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିଙ୍କୁ ସତର୍କ କରାଯାଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି ପୁଲିସ। ଯୁବତୀ ଜଣକ ଜଣେ ଆଇଟି ସ୍ନାତକ ଛାତ୍ରୀ ବୋଲି ଜଣାପଡ଼ିଛି। ଥାଣେ ଜିଲାର ଉଲ୍ଲାସନଗରରେ ଯୁବତୀ ଜଣକ ସପରିବାର ରହୁଥିଲେ।ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୁଲିସକୁ ହ୍ବାଟ୍ସଆପ ଜରିଆରେ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ଯଦି ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକୀଙ୍କ ଭଳି ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହା ପରେ ମୁମ୍ବାଇର ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ୍‌(ଏଟିଏସ) ଏବଂ ଉଲ୍ଲାସନଗର ପୁଲିସ ଏହାର ତଦନ୍ତ କରି ଉକ୍ତ ଯୁବତୀଙ୍କୁ ଗିରଫ କରିଛନ୍ତି। ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯୋଗୀ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ପୁଲିସ ସତର୍କ ରହିଛି।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!