ରାଉରକେଲାରେ ଗୁଳିମାଡ଼:ଯୁବକ ଗୁରୁତର

ରାଉରକେଲା,୪ା୧୧: ରାଉରକେଲା ଟ୍ରାଫିକ ଗେଟ ଛକ ନିକଟରେ ଗୁଳିମାଡ଼। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ ଅଭେସ ରାୟ। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭେସଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇଟି ଖୋଖା ଜବତ କରିଛି। ତେବେ ଅଭେସଙ୍କ ଉପରକୁ କିଏ ଓ କାହିଁକି ଗୁଳିମାଡ କରିଛି ତାହା ଜଣାପଡିନାହିଁ । ଗୋଟିଏ ଗୁଳି ଛାତିରେ ବାଜିଥିବା ସୂଚନା। ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ।ପ୍ରଥମେ ଆଭେଦଙ୍କ ସହ ଦୁର୍ବୃତ୍ତଙ୍କ ସହ ବଚସା ହୋଇଥିଲା l ତିନି ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପକେଟରୁ ପିସ୍ତଲ ବାହାର କରି ଆଭେଦକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେl ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି l ତେବେ ଆଭେଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)କୁ ସ୍ଥାନାନ୍ତର କରାଯାଇଛି। ପ୍ଲାଣ୍ଟସାଇଟ ପୁଲିସ, ଡ଼ିଏସପି, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି l ଘଟଣାସ୍ଥଳରୁ ପୁଲିସ ଦୁଇଟି ଖୋକା ଜବତ କରିଛିl ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ଗତ ୧୫ ବର୍ଷ ତଳେ ଆଭେଦ ଟ୍ରାଫିକ ମାର୍କେଟ ଡବଲ ମର୍ଡର ମାମଲାରେ ଜେଲ ଯାଇଥିଲେ l କିଛି ମାସ ତଳେ ଜାମିନରେ ସେ ଜେଲରୁ ବାହାରିଥିଲେ l ସାଗର ରାୟ ଓ ତାର ସହଯୋଗୀ ଗୁଳିମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!