ଘାଟିରେ ଖସିଲା ଯାତ୍ରୀବାହୀ ବସ୍‌

ନୂଆଦିଲ୍ଲୀ,୪।୧୧: ଉତ୍ତରାଖଣ୍ଡର ଆଲମୋଡାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୨ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ୨୦୦ ଫୁଟ୍‌ ଖାଇକୁ ଖସିଲା ବସ୍‌ । ଚାଲିଗଲା ୨୩ରୁ ଅଧିକ ଲୋକଙ୍କ ଜୀବନ, ଅନେକ ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଘଟଣା। ଏଭଳି ଭୟଙ୍କର ଦୁର୍ଘଟଣା ସକାଳ ୯ଟାରେ ଘଟିଛି ବୋଲି କୁହାଯାଉଛି । ସୋମବାର ଗୌରାଖାଲରୁ ଏକ ବସ୍‌ ରାମନଗରରୁ ବାହାରିଥିଲା । ଏହି ବସ୍‌ରେ ୩୫ରୁ ୪୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଇଛି । ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ଏହା ଦେଖୁ ଦେଖୁ ଖାଇକୁ ଖସି ପଡ଼ିଥିଲା ବସ୍‌ । ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍‌ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!