କେନ୍ଦ୍ରାପଡା,୪ା୧୧: କେନ୍ଦ୍ରାପଡା ଛାଡିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ । ଏନେଇ ଆଜି ସୂଚନା ଦିଇଛନ୍ତି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ କମ୍ପାନୀ ୨୪ ନିୟୁତ ଟନ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା ବସାଇବା ପାଇଁ ଚୂକ୍ତି ସରିଛି ।କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରକଳ୍ପରୁ ଓହରିନି ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ କମ୍ପାନୀ। ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ ଆନ୍ଧ୍ରପ୍ରଦେଶରେ ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ଆସିବା ପରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା କହିଥିଲେ ଯେ ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ ପ୍ରକଳ୍ପ କେନ୍ଦ୍ରାପଡ଼ାରୁ ଆନ୍ଧ୍ରପ୍ରଦେଶକୁ ଉଠିଗଲା। ଆଉ ଏହା ପରେ ଆଜି କମ୍ପାନୀ ପକ୍ଷରୁ ଦିଆଯାଇଛି ସ୍ପଷ୍ଟୀକରଣ। କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ଉଠିବନି ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି|କେନ୍ଦ୍ରାପଡ଼ାରୁ କମ୍ପାନୀର ପ୍ରସ୍ତାବିତ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଚାଲି ଯାଉଥିବା ନେଇ ବିଜେଡି ଅଭିଯୋଗ କରିଥିଲା। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଅଭିଯୋଗ ଆଣି ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ କଥା ବୋଲି କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ଇସ୍ପାତ ପ୍ରକଳ୍ପ ପାଇଁ ଉଦ୍ୟମ କରିଥିଲେ ବି ବର୍ତ୍ତମାନର ବିଜେପି ସରକାର ପାଇଁ କମ୍ପାନୀ ପ୍ରକଳ୍ପ ସ୍ଥାନ ପରିବର୍ତ୍ତନ କରୁଥିବା କହିଥିଲା ବିଜେଡି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |