ବାତ୍ୟା ‘ଦାନା’ର ଆସିଲା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର,୪ା୧୧: ବାତ୍ୟା ଦାନା ରାଜ୍ୟର କିଛି ଜିଲାରେ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୋମବାର ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ ସୂଚନା ନେଇଛନ୍ତି।ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି। ପଞ୍ଚାୟତିରାଜ ବିଭାଗ ଛଡା ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିସାରିଛି। ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି। ୧୧,୬୩୭ ଗାଁର ୪୧ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ମୋଟ ୧୬,୪୧୭ ଘର ପ୍ରଭାବିତ ହୋଇଛି, ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୪,୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଛି ବୋଲି ମନ୍ତ୍ରୀ ସୂଚନା ଜାରି କରିଛନ୍ତି। ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଚୂଡାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ। ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ। ଚୂଡାନ୍ତ ଆକଳନ ପରେ କେନ୍ଦ୍ରକୁ କ୍ଷତିପୂରଣ ପାଇଁ ରିପୋର୍ଟ ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!